ଭଦ୍ରକ: କବି ତଥା ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣି ସଂଖ୍ୟାଧିକ ଓଡ଼ିଆ କାବ୍ୟ ଓ ଗୀତିନାଟ୍ୟ ରଚନା କରି ଓଡ଼ିଆ ସାରସ୍ବତ ଜଗତରେ ମଣି ସଦୃଶ ପ୍ରତିଭାତ ହୋଇଛନ୍ତି ବୋଲି ଲୋକକବି ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଭଦ୍ରକ ବ୍ଲକ ନଳାଙ୍ଗଠାରେ ତାଙ୍କର ୧୯୦ତମ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ତ୍ୟାଗଭୂ଼ମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ କୁମାର ନାୟକ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ଭଦ୍ରକ ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପ୍ରବାଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇଥିବା ବେଳେ ଭଦ୍ରକ ସଂସ୍କୃତି ଅଧିକାରୀ ତନୁଜା ସିର୍କା,ନାଟ୍ୟଶ୍ରୀ ନିର୍ମଳ ରାଉତ, ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନୀହାର ରଞ୍ଜନ କର, କୃଷିକବି ଅରୁଣ କୁମାର ପାତ୍ର, ଅଭିନେତା ରାମ ନାରାୟଣ ତ୍ରିପାଠୀ, ସମାଜ ସେବୀ ଅସିତ କୁମାର ପାଣି, ଅବସରପ୍ରାପ୍ତ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା, ଅଭିନେତା ନରେନ୍ଦ୍ର ପରିଡ଼ା,କବି ବିଶ୍ବମ୍ବର ପଣ୍ଡା, ସମାଜସେବୀ ସନ୍ତୋଷ କୁମାର ପାଣି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଭୂତି ଭୂଷଣ ପାଣି, ଭାଗୀରଥି ନାୟକ, ବିକ୍ରମ କୁଅଁର, ଜୀବନ କୁମାର ପାଣି, ବିଜୟ କୁମାର ପାଣି, ଅଶୋକ କୁମାର ପାଣି, ପୀତାମ୍ବର ମଲ୍ଲିକ, ସନ୍ତୋଷ ଭୋଇ, ବିଜୟ କୁମାର ଖିଲାର, ଅଭିଷେକ ଜେନା ପ୍ରମୁଖ ଲୋକକବିଙ୍କ କୃତି ଓ କୀର୍ତ୍ତି ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ବ୍ୟକ୍ତିତ୍ଵ ବ୍ରଜ ସୁନ୍ଦର ପାଣିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ଅଧିବେଶନରେ ଅଭିନେତା ଓ ଗୀତିକାର ଶଶାଙ୍କ ଶେଖର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାହିତ୍ୟିକ ନିର୍ମଳ ଚନ୍ଦ୍ର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Sign in
Sign in
Recover your password.
A password will be e-mailed to you.