ଲୋନ ଆପ୍ ମାଧ୍ୟମରେ ଠକିବା ଅଭିଯୋଗରେ ୨ ଗିରଫ

322

ଭୁବନେଶ୍ୱର – ବେଆଇନ ଲୋନ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିବା ମାମଲାରେ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଟଛି କ୍ରାଇମ୍ବ୍ରାଂଚର ଇଓଡବ୍ଲୁ । ଗିରଫ ହୋଇଥିବା ଲୋନ୍ ଆପ୍ କମ୍ପାନୀର ୨ ଜଣ ନିର୍ଦ୍ଦେଶକ ହେଲେ ରକ୍ସିତ ଓ ସୁଶାନ୍ତ । ସେମାନେ କର୍ଣ୍ଣାଟକର ଉଡୁପି ଅଂଚଳର ହୋଇଥିବା ସୂଚନା ।
ଅଭିଯୁକ୍ତମାନେ ମୁଡମେଟ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ, ୟେଲୋ ଟ୍ୟୁନ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ଓ ପିଙ୍କଲିଫ୍ ଆୟନ କମ୍ୟୁନିକେଶନସ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ । ଏମାନେ ବେଆଇନ୍ ଲୋନ୍ ଆପ୍ ସ କୋକୋ, ଜୋଲୋ ଓ ଅନ୍ୟ ଆପ୍ ସ ମାଧ୍ୟମରେ ଲୋକଙ୍କୁ ଲୋନ୍ ଦେବା ବାହାନାରେ ବିଭିନ୍ନ ଉପାୟରେ ଠକୁଥିଲେ । ଏଥି ପାଇଁ ସେମାନେ ଅନ୍ୟ କମ୍ପାନୀର ସହିତ ମଧ୍ୟ ଯୋଗାଯୋଗ ରଖିଥିଲେ । ଏଥି ପାଇଁ ସେମାନେ ବେଙ୍ଗାଲୁରୁ ଠାରେ ଏକ କଲ୍ ସେଂଟର ପ୍ରତିଷ୍ଠା କରିଥିଲେ ।
ଏହି ମାମଲାରେ ପୂର୍ବରୁ ଆଇଓବ୍ଲୁଟି ଇଣ୍ଡିଆ ସଂସ୍ଥାର ପ୍ରୋପାଇଟର ଏମ୍.ଡି ଜାଭେଦ ସରିଫ ଓ ଡିଜିଟାଲ ବାତୁଆ ସଂସ୍ଥାର ପ୍ରୋପାଇଟର ତରୁଣ କୁମାର ଦୁଜେଡ଼ା ଗିରଫ ହୋଇଥିଲେ । ଜାଲିଆତିରେ ଏମ୍ଏସ୍ ମହାଗ୍ରାମ ପେମେଂଟ ଲିମିଟେଡ ନାମରେ ୬.୭ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିଥିଲା । ଏହି ମାମଲାରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ବ୍ୟବହାର ହେଉଥିବା ୪୧ଟି ଜିଓ ସିମ କାର୍ଡ ତରୁଣଙ୍କ ଠାରୁ ଜବତ ହୋଇଥିଲା ।

Leave A Reply

Your email address will not be published.