କଟକ : ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଏକ ଗବେଷଣାତ୍ମକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଡଃ ବନ୍ଦନା ପାଠକ, ଡଃ ସ୍ଵପ୍ନ ଶଙ୍କର ନାୟକ ଏହାକୁ ଉଦଘାଟନ କରିଥିଲା ବେଳେ ଡଃ ପ୍ରୀତି ପ୍ରଜ୍ଞା ରାୟ ଓ ଡଃ କବିରାଜ ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ପଚାଶ ରୂ ଉର୍ଦ୍ଧ୍ୱ ଗବେଷକ ସେମାନଙ୍କର ସଂଦର୍ଭ ପାଠ କରିଥିଲେ ଓ ସେଗୁଡିକର ମୂଲ୍ୟାୟନ କରାଯାଇଥିଲା। ଅପରାହ୍ନ ରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ବିଚିତ୍ରା ପାଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା କାଉନ୍ସିଲ ର ସଭ୍ୟ ଡଃ ପ୍ରଦୀପ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଗବେଷକଙ୍କ ସମ୍ମାନ୍ନିତ କରିଥିଲେ।ଅତିଥି ମାନେ ଓଡିଶା ରେ କୌଣସି ମହାବିଦ୍ୟାଳୟ ଦ୍ଵାରା ପ୍ରଥମ କରି ଆୟୋଜିତ ଏଭଳି ସମ୍ମିଳନୀର ଭୂୟସୀ ପ୍ରଶଂସା କରିଥିଲେ। ଡଃ ପ୍ରଶାନ୍ତ କୁମାର ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗବେଷଣା ବିଭାଗର ପ୍ରମୁଖ ଡଃ ଅନିରୁଦ୍ଧ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଗବେଷକ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.