“ମନ୍ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

145

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ “ମେରା ଯୁବା ଭାରତ'”ମନ୍ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ନିଜର ମାସିକ ରେଡିଓକାର୍ଯ୍ୟକ୍ରମ “ମନ୍ କି ବାତ’ର୧୦୬ ତମ ଏପସୋଡ ମାଧ୍ୟମରେଲୋକମାନଙ୍କୁ ଲୋକାଲ ଜିନିଷକଣିବାକୁ ଅନୁରୋଧ କରିଛନ୍ତି ।ଏହି କ୍ରମରେ ସେ କହିଛନ୍ତି କିଅକ୍ଟୋବର ୩୧ ତାରିଖ ସର୍ଦ୍ଦାରପଟେଲଙ୍କ ଜୟନ୍ତୀରେ ଏକରାଷ୍ଟ୍ରବ୍ୟାପୀ ବଡ ସଂଗଠନ ଲଞ୍ଚହେବାକୁ ଯାଉଛି । ଏହି ସଂଗଠନରନାମ ରହିଛି ମେରା ଯୁବା ଭାରତ ।ଏହି ସଂଗଠନ ଦେଶର ଯୁବକମାନଙ୍କୁ ରାଷ୍ଟ୍ରନିର୍ମାଣର ବିଭିନ୍ନକ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗପ୍ରଦାନ କରିବ । କେବଳ ସେତିକିନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି କିନଭେମ୍ବର ୧୫ ତାରିଖରେ ସାରାଦେଶରେ ଜନଜାତୀୟ ଗୌରବଦିବସର ଆୟୋଜନ କରାଯିବ ।ଏହିଦିନ ବିର୍ଷା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ।ସେ କହିଛନ୍ତି, ଅକ୍ଟୋବର ୩୧ହେଉଛି ସର୍ଦାର ସାହେବଙ୍କଜନ୍ମବାର୍ଷିକୀ । ଦେଶ ଏହାକୁ “ଏକତାଦିବସ’ ଭାବେ ପାଳନ କରେ ।ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ”ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରମଆୟୋଜନ କରାଯାଉଛି । ଆପଣମାନେ ମଧ୍ୟ ଅକ୍ଟୋବର ୩୧ରେ”ଏକତା ପାଇଁ ଦୌଡ଼’ କାର୍ୟ୍ୟକ୍ରମଆୟୋଜନ କରନ୍ତୁ । ପ୍ରଧାନମନ୍ତ୍ରୀକହିଲେ, ସମଗ୍ର ଦେଶରେମହୋତ୍ସବ ଲାଗିଥିବା ବେଁଳେ “ମନ୍କୀ ବାତ୍’ର ଏହି ସଂସ୍କରଣପ୍ରସାରିତ ହେଉଛି । ଆଗାମୀପର୍ବପର୍ବାଣି ନିମନ୍ତେ ସମସ୍ତଙ୍କୁଅଭିନନ୍ଦନ । ପର୍ବପର୍ବାଣି ସମୟରେ”ଭୋକାଲ୍ ଫର ଲୋକାଲ୍’ ଉପରେପ୍ରାଧାନ୍ୟ ଦେଇ “ଆତ୍ମନିର୍ଭରଭାରତ’ର ଅଭିଳାଷ ସାକାର କରନ୍ତୁ ।ସ୍ଥାନୀୟ ସାମଗ୍ରୀ କିଣିବା ଲାଗିପର୍ୟ୍ୟଟକମାନଙ୍କୁ ଉତ୍ସାହିତ କରୁଛି ।ବନ୍ଧୁଗଣ, ଆଜି ମୁଁ ଗୋଟାଏଅନୁରୋଧ ଅତ୍ୟନ୍ତ ଗୁରୁତ୍ୱ ସହକାରେପୁନଃରାବତ୍ତି କରୁଛି । ବୁଲାବୁଲିକରିବାକୁ ଯାଆନ୍ତୁ କି, ତୀର୍ଥ କରିଯାଆନ୍ତୁ, ସ୍ଥାନୀୟ କାରିଗରଙ୍କ ଦ୍ୱାରାଉତ୍ପାଦିତ ସାମଗ୍ରୀ ଖରିଦ କରନ୍ତୁ ।

Leave A Reply

Your email address will not be published.