ସାମ୍ନାକୁ ଆସିଲା ବିଶ୍ୱର ସବୁଠାରୁ ସୁନ୍ଦର ମହିଳାଙ୍କ ଚିତ୍ର

167

ବର୍ତମାନ ବିଶ୍ୱର ସୁନ୍ଦର ମହିଳାଙ୍କୁ ନେଇ ଚର୍ଚ୍ଛା ଜୋର ଧରିଛି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ହଲିଉଡ୍ ଅଭିନେତ୍ରୀ ଆମ୍ବର ହର୍ଡ । ସୂଚନା ଅନୁସାରେ ସେ ମିସ୍ ୟୁନିଭରସ୍ ହୋଇ ନାହାନ୍ତି ଏବଂ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତି ନାହାନ୍ତି । କିନ୍ତୁ ବିଜ୍ଞାନ ମତରେ ସେ ବିଶ୍ୱର ସବୁଠାରୁ ସୁନ୍ଦରୀ ।
ପୂର୍ବରୁ ଆପଣ ଅମ୍ବର ହର୍ଡଙ୍କ ନା ଆଗରୁ ଶୁଣିଥିବେ । ନିକଟ ଅତିତରେ ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କୁବ୍ ଚର୍ଚ୍ଚା ରେ ଥିଲେ । ସେ ତାଙ୍କ ସ୍ୱାମୀ ଅଭିନେତା ଜନି ଡେପଙ୍କ ବିରୁଦ୍ଧରେ ମାନହାନି ମକଦ୍ଧମା ରେ କେସ୍ କରି ସେଥିରେ ଅସଫଳ ଥିଲେ । କୋର୍ଟ ତାଙ୍କ ସ୍ୱାମୀଙ୍କ ସପକ୍ଷରେ ଶୁଣାଣି କରି ଅମ୍ବର ହର୍ଡଙ୍କୁ ଜରିମାନା କରିଥିଲେ । ଏହି ଘଟଣାକୁ ନେଇ ତାଙ୍କୁ ନିଜର ଫ୍ୟାନ ମାନଙ୍କ ଠାରୁ ଟ୍ରୋଲ ହେବାକୁ ମଧ୍ୟ ପଡିଥିଲା ।
କିନ୍ତୁ ଏସବୁକୁ ସେ ପଛରେ ପକାଇ ବର୍ତମାନ ସେ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦର ମହିଳା । ବିଜ୍ଞାନର ଏକ ସ୍ୱତନ୍ତ୍ର ମାନକ ପକ୍ରିୟା ରେ ତାଙ୍କ ମୁଖ ମଣ୍ଡକୁ ପରିକ୍ଷା କରାଯାଇଥିଲା । ଉକ୍ତ ପକ୍ରିୟାରେ ତାଙ୍କ ମୁହଁର ବିଭିନ୍ନ ଦିଗର ଗଠନକୁ ପରିକ୍ଷା କରାଯାଇଥିଲା । ଯେମିତିକି ତାଙ୍କ ଆଖି, ଓଠ ଏବଂ ମୁହଁର ଆକାର ଏପରି ଅନେକ କ୍ଷେତ୍ରକୁ ନେଇ ପରିକ୍ଷା କରାଯାଇଥିଲା । ଯେଉଁଥିରେ ସେ ବିଶ୍ୱ ସୁନ୍ଦରୀ ବୋଲି ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.