ପୁରୀ ମନ୍ଦିରର ଅବ୍ୟବସ୍ଥା ସହିତ ଭଜନ ସଙ୍ଗୀତରେ ମଜିଛନ୍ତି ବିଧାୟକ

192

କୋଟି ଓଡିଆଙ୍କ ମଉଡମଣି ବୋଲାଉଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଦେଖାଦେଇଛି ଅବ୍ୟବସ୍ଥା । ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ନା ଅଛି ପାନୀୟ ଜଳ ନା ଅଛି ସୌଚାଳୟର ବ୍ୟବସ୍ଥା । ଏହା ସହିତ ଯାତାୟତ ଏବଂ ଗାଡି ପାର୍କିଂ ପାଇଁ ନାହିଁ ନଥିବା ହଇରାଣ ଭୋଗ କରୁଛନ୍ତି ଏଠାକୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ । କରୋନା କଟକଣା ହଟା ଯିବା ପରେ ଚଳିତ ବର୍ଷ ମହା ଆଡମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କିନ୍ତୁ ଲାଗୁଛି ଯେପରି ପ୍ରଶାସନକୁ ଏହି ସବୁ ଅବ୍ୟବସ୍ଥା ଉପରେ କୌଣସି ନଜର ନାହିଁ । ଆଉ କିଛି ଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ଏସବୁ ବିଷୟରେ ଧ୍ୟାନ ନଦେଇ ବିଦେଶ ଗସ୍ତରେ ମାତିଛନ୍ତି । ତା ସହିତ ଆମର ପୁରୀର ମାନ୍ୟବର ବିଧାୟକ ବର୍ତ୍ତମାନ ଏସବୁ ଦୃଷ୍ଟି ନଦେଇ ପୁରୀ ଶ୍ରୀମନ୍ଦିର ଆଗରେ ଭଜନ କୀର୍ତ୍ତନ ରେ ବ୍ୟସ୍ତ । ପୁରୀ ଦାଣ୍ଡରେ ଭଜନ ଗାଇ ମାଡିଚାଲ ମାଡିଚାଲ କହି ବୁଲିଛନ୍ତି । ମାନ୍ୟବର ବିଧାୟକଙ୍କୁ ପ୍ରଶ୍ନ ? ପୁରୀ ଶ୍ରୀମନ୍ଦିରରେ ପର୍ଯ୍ୟଟକଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରିବା ଉଚିତ୍ ନା ଶ୍ରୀମନ୍ଦିର ପରିସରରେ ଭଜନ କୀର୍ତ୍ତନ କରି ମାଡିଚାଲ ମାଡିଚାଲ କହିବା ଉଚିତ୍ ?

Leave A Reply

Your email address will not be published.