କୋରାପୁଟ : କଳା ବିକାଶ କେନ୍ଦ୍ର କଟକ ଠାରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶାର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟିକ ଡ. ଯଜ୍ଞେଶ୍ଵର ପଣ୍ଡାଙ୍କୁ *ସାହିତ୍ୟ ସାରଥି* ଉପାଧିରେ ଭୂଷିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ମାନ୍ୟବର ଏ. ସୂର୍ଯ୍ୟନାରାୟଣ ନାଇଡ଼ୁ ଉଦଘାଟନ କରିଥିଲେ।ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି କଳାଭୂଷଣ ପ୍ରଶାନ୍ତ କୁମାର କରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ମାନ୍ୟବର ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ ଓ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ସ୍ୱତନ୍ତ୍ର ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବିଭୂପ୍ରସାଦ ତରାଇ, ବିଜେପି ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଗୋଲକ ଚନ୍ଦ୍ର ମହାପାତ୍ର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପଶ୍ଚିମବଙ୍ଗ ଓ ଓଡିଶା ଦାୟିତ୍ୱ ନିର୍ବାହ କରୁଥିବା ଡ. ନିହାର ରଞ୍ଜନ ରାୟ ଏବଂ ସମ୍ମାନିତ ଅତିଥିଭାବେ ଯଥାକ୍ରମେ କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠି,ବିଶିଷ୍ଟ ଚଳଚିତ୍ର ତାରକା ଶ୍ରୀଯୁକ୍ତ ଶ୍ରୀତମ ଦାସ, ବିଶ୍ଵଦେବ ସମାଜ ଜାତୀୟ ସଭାପତି ଗୁରୁଜ୍ଞାନଜ୍ୟୋତି ସ୍ୱାମୀ ଓଁକାରାନନ୍ଦ ସରସ୍ବତୀ, ସନ୍ଥ ଗୁରୁଜ୍ଞାନ ସାଗର ଅନନ୍ତଶ୍ରୀ କଵିଭୂଷିତ ମହାମଣ୍ଡଳେଶ୍ୱର ବ୍ରହ୍ମର୍ଷି ସ୍ୱାମୀ ବିଦ୍ୟାନନ୍ଦ ସରସ୍ବତୀ ମହାରାଜ, ସଂସ୍କୃତି ସାରଥି ଇଂ. ଶ୍ରୀ ସନ୍ନ୍ୟାସୀ ଏବଂ ଉପଦେଷ୍ଟା ସ୍କାର୍ଟ ଓଡିଶା ଡ. ଚିଦାତ୍ମିକା ଖଟୁଆ ଉପସ୍ଥିତ ଥିଲେ। ଏହି ଉପାଧି ସାହିତ୍ୟ ସାଧନା, ଭାଷା ସାହିତ୍ୟର ପ୍ରଚାର ପ୍ରସାର ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଅଧିକ ପ୍ରେରଣା ଯୋଗାଇବ ବୋଲି ଶ୍ରୀଯୁକ୍ତ ପଣ୍ଡା ମତବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.