ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡିଶା ହାଇକୋର୍ଟର ମୁଖ୍ୟ ବି·ରପତି

146

ଭୁବନେଶ୍ୱର,୨ା୧୧(ଡିକେ ନୁ୍ୟଜ):ସୁପ୍ରିମକୋର୍ଟ ମୁଖ୍ୟ ବି·ରପତି ଜଷ୍ଟିସଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଶାନ କୌଶଲ ଓ ଜଷ୍ଟିସ ସଞ୍ଜିବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଆଜିପାଟନା ହାଇକୋର୍ଟର ବି·ରପତି ଜଷ୍ଟିସ ଚକ୍ରଧାରୀ ଶରନ ସିଂଙ୍କୁ ଓଡ଼ିଶାହାଇକୋର୍ଟ ମୁଖ୍ୟ ବି·ରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି । ୧୯୬୩ ଜାନୁୟାରୀ ୨୦ତାରିଖରେ ଜନ୍ମିତ ୬୦ବର୍ଷୀୟ ଜଷ୍ଟିସ ଶରନ ସିଂଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ ୧୯୯୦ ଜାନୁୟାରୀ ମାସରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ସେ ୨୨ବର୍ଷ ଧରି କାର୍ଯ୍ୟକରିଛନ୍ତି । ୨୦୧୨ ଏପ୍ରିଲ ୫ତାରିଖରେ ସେ ପାଟନା ହାଇକୋର୍ଟର ବି·ରପତି ଭାବେ ନିଯୁକ୍ତି ପାଇଥିଲେ । ପାଟନା ହାଇକୋର୍ଟ ବି·ରପତି ଭାବେ ଦୀର୍ଘ ୧୧ବର୍ଷ ମଧ୍ୟରେ ସେ ମୋଟ ୧୨୪୬ଟି ମାମଲାର ଶୁଣାଣି କରି ରାୟଦେଇଛନ୍ତି । ଏଥିରେ ବିଗତ ୫ବର୍ଷ ମଧ୍ୟରେ ୫୬୨ଟି ରାୟ ପ୍ରଦାନ କରିଛନ୍ତି । ତାଙ୍କର ଉଚ୍ଚଶୈଳୀର ପେଷାଦାର ନୀତି-ଆଦର୍ଶ, ସତ୍ୟନିଷ୍ଠ ଓ ପ୍ରତିଷ୍ଠାକ ବି·ର କଲେ ସେ ହିଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବି·ରପତି ନିମନ୍ତେ
ସବୁଠୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ସୁପାରିଶରେ ଦର୍ଶାଇଛନ୍ତି । ଜଷ୍ଟିସ ଚକ୍ରଧାରୀ ଶରନ ସିଂ ଚଳିତବର୍ଷ ଫେବୃୟାରୀ ମାସରେପ୍ରାୟ ଦେମାସ ନିମନ୍ତେ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବି·ରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଜଷ୍ଟିସ ଶରନ ସିଂ ୨୦୨୫ ଜାନୁୟାରୀମାସରେ ଅବସର ନେବେ ।ସୂଚନାଯୋଗ୍ୟ, ଜଷ୍ଟିସ ଶୁଭାଶୀଷ ତାଳପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବି·ରପତି ଭାବେଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଦାୟିତ୍ୱ ତୁଲାଉଛନ୍ତି ।

Leave A Reply

Your email address will not be published.