ସୁଶାନ୍ତ ସିଂ ଘରକୁ ମିଳିଲା ନୂଆ ଭଡାଟିଆ
ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ସିନା ଦୁନିଆରୁ ସବୁଦିନ ପାଇଁ ଚାଲି ଯାଇଛନ୍ତି, ମାତ୍ର ପ୍ରଶଂସକଙ୍କ ମନରେ ଆଜିବି ସେମିତି ରହିଛନ୍ତି । ସୁଶାନ୍ତଙ୍କ ପରଲୋକ ପରେ ସେ ରହୁଥିବା ଘର ଖାଲି ପଡ଼ିଥିଲା। ସୁଶାନ୍ତଙ୍କ ମୃତ୍ୟର ପ୍ରାୟ ଅଢ଼େଇ ବର୍ଷ ପରେ ସେ ରହୁଥିବା ଘର ଏବେ ଭଡାରେ ଲାଗିଛି I ପୂର୍ବରୁ କେହି ବି ଭଡ଼ାଟିଆ ସେ ଘରେ ରହିବାକୁ ରାଜି ନଥିଲେ। ମାତ୍ର ଶେଷରେ ସୁଶାନ୍ତ ରହୁଥିବା ଘର ପାଇଁ ଭଡ଼ାଟିଆ ମିଳି ଯାଇଛନ୍ତି। ସୁଶାନ୍ତ ତାଙ୍କ ମୃତ୍ୟୁ ବେଳକୁ ଏକ ଡୁପ୍ଲେକ୍ସ ଫ୍ଲାଟ୍ରେ ରହୁଥିଲେ। ତାଙ୍କ ମୃତ୍ୟୁ ପରେ ସେହି ଫ୍ଲାଟ୍କୁ ନେଇ ଲୋକଙ୍କ ମନରେ ଏକ ଭୟ ରହିଥିଲା। କାରଣ ୨୦୨୦ ମସିହାରେ ସୁଶାନ୍ତ ସେହି ଘରେ ନିଜର ଜୀବନ ହାରିଥିଲେ। ଏହି ଘରକୁ ନେଇ ଅନେକ କିଛି କଥା ସାମ୍ନାକୁ ଆସିଥିଲା। ଏହି ଘରର ମାଲିକ ବିଦେଶରେ ରୁହନ୍ତି। ଏହି ଘରକୁ ଭଡ଼ାରେ ନେଇଥିବା ଭଡ଼ାଟିଆ ସିକ୍ୟୁରିଟି ମନି ବାବଦାରେ ୩୦ ଲକ୍ଷ ଟଙ୍କା ଜମା କରିବା ସହ ମାସକୁ ୫ ଲକ୍ଷ ଟଙ୍କା ଭଡ଼ା ଦେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ରିୟଲ୍ ଇଷ୍ଟେଟ୍ର ବ୍ରୋକର୍ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇ ଭଡ଼ାଟିଆ ମିଳିଯିବା କଥା କହିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ଯଥେଷ୍ଟ ସମୟ ହୋଇଯିବାକୁ ଲୋକ ଏବେ ଘରେ ରହିବାକୁ ବିଶେଷ ଅରାଜି ହେଉନାହାନ୍ତି। ସୁଶାନ୍ତ ୨୦୧୯ ମସିହାରେ ଏହି ଫ୍ଲାଟ୍କୁ ଆସିଥିଲେ।