ରାୟଗଡ଼ା ୦୮।୦୫: ୬୪ ଜଣ ସ୍କୁଲ ପିଲା କୋଭିଡ୍ ପଜିଟିଭ ଚିହ୍ନଟ । ରାୟଗଡ଼ା ଜିଲ୍ଲାର ସଦର ମହକୁମା ଉପକଣ୍ଠ କଟଲାଗୁଡ଼ା ଅନ୍ଵେଷା ହଷ୍ଟେଲର ବ୍ଲକ-୧ରେ ରହୁଥିବା ୪୪ ଜଣ ଏବଂ ବିଷମକଟକ ବ୍ଳକ ହାଟମୁନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖବର ଅନୁଯାୟୀ, ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦୁଇଟି ହଷ୍ଟେଲରେ ପହଞ୍ଚି ଅନ୍ତେବାସୀଙ୍କ RTPCR ଟେଷ୍ଟ କରିବା ପରେ ୬୪ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା । ତେବେ କୌଣସି ଅନ୍ତେବାସୀଙ୍କ ନିକଟରେ ଜ୍ୱର, କାଶ କିମ୍ବା ଥଣ୍ଡାର ଲକ୍ଷଣ ଦେଖାଯାଇ ନାହିଁ । ଜିଲ୍ଲା ମଙ୍ଗଳ ଅଧିକାରୀ ହେଷ୍ଟଲ୍ ଯାଇ ଆକ୍ରାନ୍ତ ପିଲାଙ୍କ ସ୍ଵାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସେପଟେ ଭୁବନେଶ୍ୱରକୁ ଏହି ରିପୋର୍ଟ ପଠାଇଥିବା ବେଳେ ସଠିକ୍ ତଥ୍ୟ ଆସିଲେ ସୂଚନା ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
Sign in
Sign in
Recover your password.
A password will be e-mailed to you.