କିଶୋର ରଥ ଏସୀୟ କ୍ରୀଡା ପାଇଁ ମନୋନୀତ

152

ପାରଳାଖେମୁଣ୍ଡି,୨୨ା୧୦(ଡିକେ ନୁ୍ୟଜ୍):ଅବକାରୀ ବିଭାଗର ଅବସରପ୍ରାପ୍ତ ସବ୍ଇନିସପେକ୍ଟର କିଶୋର ଚନ୍ଦ୍ର ରଥ ଆଗାମୀଏସୀୟ କ୍ରୀଡ ପ୍ରତିଯୋଗିତାରେ ଭାଗ
ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଆସନ୍ତା ନଭେମ୍ବର ୮ରୁ ୧୨ ତାରିଖରେଫିଲିପାଇନସରେ ହେବାକୁ ଥିବା ଏସୀୟକ୍ରୀଡା ପ୍ରତିଯୋଗିତାରେ ୧ÿ୦୦ ମିଟରଟ୍ରିପଲ୍ ଜମ୍ପରେ ସେ ଭାଗ ନେବେ ।ଓଡିଶାରୁ ୮ ଜଣ ଯୋଗ୍ୟ କ୍ରୀଡାବିତଙ୍କମଧ୍ୟରୁ ଶ୍ରୀ ରଥ ଅନ୍ୟତମ । ପୂର୍ବରୁ ବହୁଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା
ପ୍ରତିଯୋଗିତାରେ ଭାଗ ନେଇ ବହୁ ସ୍ୱର୍ଣ୍ଣ ଓରୌପ୍ୟ ପଦକ ହାସଲ କରିଛନ୍ତି । ତାଙ୍କରିଏହି ବିରଳ ପ୍ରତିଭାପାଇଁ ·ରିଆଡୁଶୁଭେଚ୍ଛାର ସୁଅ ଛୁଟୁଛି । କିଶୋର ରଥ
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରଉପକଙଋରେ ଥିବା କତଲକଇଁଠା ଗ୍ରାମରସ୍ଥାୟୀ ବାସିନ୍ଦା ଅଟନ୍ତି । ହେଲେ ବର୍ତ୍ତମାନ ସେସପରିବାର ସହ ପାରଳାଖେମୁଣ୍ଡି ସହରରଲକ୍ଷ୍ମୀ ନଗରରେ ରହି ଆସୁଛନ୍ତି । ତାଙ୍କର ଏହିକୃତିତ୍ୱ ପାଇଁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନପ୍ରଧାନ, ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକପ୍ରଭାତ କୁମାର ସେଠିଙ୍କ ସମେତ ବହୁପଦାଧିକାରୀ ଓ ବ୍ୟକ୍ତି ବିଶେଷ ଶ୍ରୀ ରଥଙ୍କୁଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.