୩୧ ଯାଏ ବସ ଧର୍ମଘଟ ସ୍ଥଗିତ

170

ଭୁବନେଶ୍ୱର,୨୦ା୧୦(ଡିକେ ନୁ୍ୟଜ):ଆଜିଠୁ ପୁଣି ଚଳାଚଳ କରିବ ଘରୋଇବସ । ଆନେ୍ଦାଳନରୁ ଓହରିବା ନେଇଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତିନିଆଯାଇଛି । ପରିବହନ ମନ୍ତ୍ରୀ ଟୁକୁନିସାହୁଙ୍କ ଘରେ ବସିଥିବା ବୈଠକରେ ରାଜ୍ୟଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତାଙ୍କଆଲୋଚନା ହୋଇଥିଲା । କାଲିଠାରୁ ବସଚଳାଚଳ କରିବ ବୋଲି ବୈଠକ ପରେକହିଛନ୍ତି ପରିବହନ ମନ୍ତ୍ରୀ । ତେବେ ଚଳିତମାସ ୩୧ ଯାଏ ଘରୋଇ ବସ୍ ଧର୍ମଘଟସ୍ଥଗିତ ରହିଲା ବୋଲି କହିଛନ୍ତି ମାଲିକସଂଘର ସଂପାଦକ ଦେବେନ୍ଦ୍ର ସାହୁ ।ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଆଜିରାତିରୁ ବସ ଚଳାଚଳ ଆରମ୍ଭ ହେବ ।ପାର୍ବଣ ପାଇଁ ଲୋକେ ଯେଭଳି ଅସୁବିଧାରସମ୍ମୁଖୀନ ନ ହେବେ ସେଥିପ୍ରତି ଦୃଷ୍ଟିଦିଆଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି ।ଅନ୍ୟପକ୍ଷରେ ଆଜି ଘରୋଇ ବସ ମାଲିକସଂଘ ଆନେ୍ଦାଳନ ଡାକରା ଦେଇଥିବାରୁସାରା ରାଜ୍ୟରେ ବସ ଚଳାଚଳ ବନ୍ଦରହିଥିଲା । ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ବସ ଚଳାଚଳ ହୋଇନଥିଲା ।ଫଳରେ ଯାତ୍ରୀ ନାହିଁନଥିବା ଅସୁବିଧାରସମ୍ମୁଖୀନ ହୋଇଥିଲେ । ବସଷ୍ଟାଣ୍ଡରେଯାତ୍ରୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁମିଳିଥିଲା । ପାର୍ବଣରେ ଦୂରଦୂରାନ୍ତକୁ ଯିବାପାଇଁ ଯାତ୍ରୀମାନେ ଅପେକ୍ଷା କରି କେମିତିଘରକୁ ଯିବେ ସେଥିପାଇଁବ୍ୟାକୁଳହୋଇପଡ଼ିଥିଲେ । ଭୁବନେଶ୍ୱର ବରମୁଣ୍ଡାବସ୍ଷ୍ଟାଣ୍ଡ, ପୁରୀ ବସ୍ଷ୍ଟାଣ୍ଡ ହେଉ କିମ୍ବାବୌଦ୍ଧ-କୋରାପୁଟ ସବୁଠି ସମାନ ଦୃଶ୍ୟଦେଖିବାକୁ ମିଳିଥିଲା । କଟକ ନେତାଜୀରବସ ଟର୍ମିନାଲ ଖାଁ ଖାଁ ଥିଲା । କିନ୍ତୁରେଳଷ୍ଟେସନରେ ଲୋକଙ୍କ ଭିଡ଼ ଦେଖିବାକୁମିଳିଥିଲା । ଆଜିଠାରୁ ପାର୍ବଣ ଛୁଟିହେଉଥିବା ବେଳେ ପିଲାଛୁଆ ଧରିବସଷ୍ଟାଣ୍ଡରେ ନାକେଦମ ହୋଇଥିଲେ କିଛିଯାତ୍ରୀ । ଏପରିକି ଚଢ଼ା ଦରରେ ଟ୍ୟାକ୍ସି ଭଡ଼ାକରି କିଛି ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଉଥିବାଦେଖିବାକୁ ମିଳିଥିଲା । ରାଜ୍ୟ ଘରୋଇ ବସମାଲିକ ସଂଘର ଧର୍ମଘଟ ସତ୍ତ୍ୱେ ବାଲେଶ୍ୱରଓ ଗଞ୍ଜାମ ଜିଲ୍ଲାରେ କିଛି କିଛି ଘରୋଇବସ ଚଳାଚଳ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.