ଏବେ ବି ଫେରିନି ୧୦ ହଜାର କୋଟିର ଦୁଇ ହଜାର ଟଙ୍କିଆ ନୋଟ
ନୂଆଦିଲ୍ଲୀ,୨୦ା୧୦ : ରିଜର୍ଭବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣରଶକ୍ତିକାନ୍ତ ଦାସ ଶୁକ୍ରବାର ଦିନକହିଛନ୍ତି ଯେ ୨୦୦୦ ଟଙ୍କିଆନୋଟ୍ ଫେରିବାରେ ଲାଗିଛି ଏବଂବର୍ତ୍ତମାନ କେବଳ ୧୦୦୦୦କୋଟି ଟଙ୍କା ମୂଲ୍ୟର ନୋଟ୍ଲୋକଙ୍କ ପାଖରେ ଅଛି । ଏହିନୋଟଗୁଡିକ ମଧ୍ୟ ଫେରସ୍ତ କିମ୍ବାଜମା କରାଯିବ ବୋଲି ତାଙ୍କର ବିଶ୍ୱାସ ରହିଛି । ଅକ୍ଟୋବର ୬ରେ ଆରବିଆଇ ସୂଚନାଦେଇଥିଲା ଯେ ପ୍ରାୟ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ଏବେବି ବଜାରରେ ଅଛି ଏବଂ ଆରବିଆଇକୁ ଫେରସ୍ତ କରାଯାଇ ନାହିଁ । ଦିଲ୍ଲୀର ଏକକାର୍ଯ୍ୟକ୍ରମରେ ଭାଷଣ ଦେଇ ଶକ୍ତିକାନ୍ତ କହିଛନ୍ତି, ୨୦୦୦ ଟଙ୍କିଆ ନୋଟ୍ ଫେରି ଆସୁଛିଏବଂ ବର୍ତ୍ତମାନ ବଜାରରେ କେବଳ ୧୦୦୦୦ କୋଟି ଟଙ୍କା ନୋଟ୍ ବାକି ଅଛି । ଆଶାକରୁଛି ଏହି ନୋଟଗୁଡିକ ମଧ୍ୟ ଫେରି ଆସିବ ।ଏହାପୂର୍ବରୁ ଗଭର୍ଣ୍ଣର କହିଥିଲେ ଯେଫେରିଆସିଥିବା ୨୦୦୦ ଟଙ୍କିଆ ନୋଟର ୮୭ ପ୍ରତିଶତ