ଜୟପୁର : କୋରାପୁଟ ଜୟପୁର ବ୍ଳକ ଗଡପଦର ଗ୍ରାମ ରେ ଆଜି ସକାଳୁ ଦେବେନ୍ଦ୍ର ରାୟଙ୍କ ଧାନ ଖଳାରେ ରଖାଯାଇଥିବା ପାଳ ଗଦା ରେ ନିଆଁ ଲାଗିଯାଇଥିଲା। ଧିରେ ଧିରେ ନିଆଁ ଉଗ୍ର ରୁପ ନେବା ସହ ଆଖପାଖ ରେ ଥିବା ଘରଗୁଡିକୁ ନିଆଁ ବ୍ୟାପିବା ଆଶଙ୍କା ନେଇ ଗଡପଦର ଗ୍ରାମବାସୀ ଜୟପୁର ଦମକଳବାହିନୀ ଙ୍କୁ ସୁଚନା ଦେଇଥିଲେ। ସୁଚନା ପରେ ଅଗ୍ନିଶମ ବିଭାଗ ଗୋଟିଏ ଟିମ୍ ଯାଇ ପହଞ୍ଚିଥିଲେ ଧାନଖଳା ର ପାଳଗଦା ପାଖକୁ ସେଠାରେ ଯାଇ ନିଆଁ ଆୟତ୍ତ କରିବା ଦୁରର କଥା ଆଣ୍ଠେଇଲା ଦମକଳବାହିନୀର ଗାଡି। ହଠାତ୍ ବନ୍ଦ ହେଇଯାଇଥିଲା ଦମକଳବାହିନୀ ଦଳଙ୍କ ଗାଡ଼ି ଡ୍ରାଇଭରଙ୍କ ଶତ ଚେଷ୍ଟା ପରେ ମଧ୍ୟ ଷ୍ଟାର୍ଟ ନହେବା ଫଳରେ ଅନ୍ୟ ଉପାୟ ନପାଇ ଆଖପାଖ ଲୋକଙ୍କ ସହାୟତା ରେ ଗାଡ଼ିଟି କୁ ଠେଲି ଠେଲି ଷ୍ଟାର୍ଟ କରାଗଲା ଓ ପରବର୍ତ୍ତୀ ସମୟରେ ଲାଗିଥିବା ନିଆଁ କୁ ଆୟତ୍ତ କରିପାରିଲେ। ଦମକଳବାହିନୀ ଗାଡ଼ି ଡ୍ରାଇଭରଙ୍କ କହିବାନୁସାରେ ଗାଡ଼ିର ବେଟେରି ଡାଉନ୍ ଥିବା ଯୋଗୁଁ ଏହିପରି ସମସ୍ୟା ଦେଖାଯାଇଛି। ଯୋଉ ବିଭାଗରେ ପ୍ରତିଟି ମୁହୂର୍ତ୍ତରେ ସଜାଗ ରହିବାକୁ ନିର୍ଦ୍ଦେଶଥାଏ ସେହି ପରିସ୍ଥିତିରେ ଏପରି ଦାୟିତ୍ଵ ହିନ କାମ ଜୟପୁର ଅଗ୍ନିଶମ ବିଭାଗ ରେ କେମିତି ହେଉଛି ତାହା ଆଗକୁ ବଡଧରଣର ବିପତ୍ତି ର ଆଶଙ୍କା କୁ ଏଡ଼ାଇ ଦିଆଯାଇନପାରେ।
Sign in
Sign in
Recover your password.
A password will be e-mailed to you.