ଉର୍ଫି ଯାଦବଙ୍କ ଭିନ୍ନ ଫେସନ, ପିନ୍ଧିଲେ ରେଜର ରେ ତିଆରି ଡ୍ରେସ
ଉର୍ଫି ଯାଦବଙ୍କ ଏକ ଭିନ୍ନ ଫେସନ୍ । ପୁଣି ନିଜର ପୋଷାକ କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଉର୍ଫି ଯାଦବ । ଏହିଥର ଉର୍ଫି ଯାଦବଙ୍କ ଫେସନ ଏକ ଖତରନାଖ ପ୍ରମାଣିତ ହୋଇଛି । ଆପଣ ଭାବୁଥିବେକି ଏମିତି କିପରି ଫେସନ କରିଛନ୍ତି ଉର୍ଫି । ଚାଲନ୍ତୁ ନଜର ପକାଇବା ତାଙ୍କର ଏହି ଫେସନ ଉପରେ । ବର୍ତମାନ ରେଜରରେ ତିଆରି ଏକ ଡ୍ରେସରେ ନଜର ଆସିଛନ୍ତି ଟେଲି ଅଭିନେତ୍ରୀ ଉର୍ଫି ଯାଦବ । ରେଜର ଅର୍ଥାତ୍ ବ୍ଳେଡରେ ତିଆରି ଡ୍ରେସ ପିନ୍ଧିଛନ୍ତି ଉର୍ଫି ଯାଦବ । ସବୁବେଳେ ନିଜର ଫେସନ କୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫି ଯାଦବ, ଏବେ ଫେସନର ସୀମା ଟପିଯାଇଛନ୍ତି । ଯାହାକୁ ଦେଖି ଲୋକଙ୍କ ହୋସ ଉଡିଯାଇଛି । ଏହି ଭଳି ଫେସନରେ ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ନିଜ ଉପରେ ମଧ୍ୟ ବିପଦ ରହିଛି । ଏହିଭଳି ବ୍ଳେଡ ରେ ତିଆରି ଡ୍ରେସ ପିନ୍ଧି ଆଟିଟ୍ୟୁଡ ଦେଖାଇବା ଭଳି ସାହାସ କେବଳ ଉର୍ଫି ଯାଦବ ହିଁ ଦେଖାଇପାରିବେ । ସେ ନିଜର ପୋଷାକ ପିନ୍ଧିବା ଢଙ୍ଗକୁ ନମ୍ବର ୱାନ ରଖିବା ପାଇଁ କିଛି ବି କରିପାରିବେ । ଯେଉଁଭଳି ସେ ବ୍ଳେଡରେ ତିଆରି ଡ୍ରେସକୁ ମଧ୍ୟ ଭୟ ନକରି ପିନ୍ଧି ପାରିଛନ୍ତି ।