ଋଷ-ୟୁକ୍ରେନ ଯୁଦ୍ଧରେ ଧଂସ ହୋଇଗଲାଣି ମାରିୟୁପୁଲ ସହର

253

ଡୁମାଣୀ ଟିଭି ,୨୮/୩ : ଧ୍ୱସ୍ତ ବିଧ୍ୱସ୍ତ ବନ୍ଦର ସହର ମାରିୟୁପୁଲ । ମାସକରେ ଋଷ ଆକ୍ରମଣରେ ଛାରଖାର ମାରିୟୁପୁଲ। ଋଷର ଘନ ଘନ ଆକ୍ରମଣ ମାରିୟୁପୁଲ୍ରେ ସ୍ଥିତି ଗମ୍ଭୀର ହୋଇପଡିଛି। ଲୋକମାନେ ବିଜୁଳି, ପାଣି, ବିଦ୍ୟୁତ ସଂଯୋଗରୁ ବଞ୍ଚିତ । ରାତି ଆକାଶରେ କେବଳ ବୋମା ବିସ୍ଫୋରଣର ଆଲୁଅ । ଦିନେ ଖୁବ୍ ସୁନ୍ଦର ଥିବା ମାରିୟୁପୁଲ ଆଜି ଭଗ୍ନ ସ୍ତୁପରେ ପରିଣତ ହୋଇଛି। ପୂର୍ବରୁ ମାରିୟିପୁଲକୁ ସରେଣ୍ଡର କରିବାକୁ ଋଷ ୟୁକ୍ରେନକୁ ଚେତାବନୀ ଦେଇଥିଲା। ମାତ୍ର ୟୁକ୍ରେନ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯିବାରୁ ରୁଷ ଆକ୍ରମଣ ତୀବ୍ର କରିଥିଲା।

ସୂଚନା ଥାଉକି, ଆଜି ତୁର୍କୀରେ ଋଷ-ୟୁକ୍ରେନ ଶାନ୍ତି କଥାବାର୍ତ୍ତା । ଭୟାବହ ଯୁଦ୍ଧ ମଧ୍ୟରେ ଆଜି ଶାନ୍ତି କଥାବାର୍ତ୍ତା । ତୁର୍କୀରେ ଆଜି ହେବ ଋଷ-ୟୁକ୍ରେନ କଥାବାର୍ତ୍ତା । ଏହା ପଞ୍ଚମ ପର‌୍ୟ୍ୟାୟ କଥାବାର୍ତ୍ତା ହେବ । କଥାବାର୍ତ୍ତା ପୂର୍ବରୁ ଜେଲେନସ୍କି ରଖିଲେ ବଡ଼ ବୟାନ । ନ୍ୟୁଟ୍ରାଲ ଷ୍ଟାଟସ ଉପରେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ବୋଲି ଜେଲେନସ୍କି କହିଛନ୍ତି । କିନ୍ତୁ ୟୁକ୍ରେନକୁ ସିକ୍ୟୁରିଟି ଗ୍ୟାରେଣ୍ଟି ଦରକାର । ନ୍ୟୁଟ୍ରାଲ ଷ୍ଟାଟସକୁ ଲୋକଙ୍କ ଅନୁମତି ବି ଦରକାର । ନ୍ୟୁଟ୍ରାଲ ଷ୍ଟାଟସ ଉପରେ ଜନମତ ସଂଗ୍ରହ ହେବ । ଶାନ୍ତି ଓ ସ୍ୱାଭାବିକ ଜୀବନ ଯାତ୍ରା ଫେରିବା ଆମ ଲକ୍ଷ୍ୟ ବୋଲି କହିଛନ୍ତି ଜେଲେନସ୍କି।
ଏପଟେ କିଭ୍ ଆକ୍ରମଣରୁ ହଟିଲା ଋଷ । ୟୁକ୍ରେନ ରାଜଧାନୀ କିଭ୍ ଆକ୍ରମଣରୁ ଋଷ ଏବେ ବିରତ ରହିଲା । ପ୍ରତିଆକ୍ରମଣ ପରେ ଋଷ ସେନାର କିଭ୍ ଯୋଜନା ଫେଲ ମାରିଲା । ଆଜିଠୁ କିଭ୍ରେ ଅନଲାଇନ୍ କ୍ଲାସ ଆରମ୍ଭ ହେବ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ ଆରମ୍ଭ ହେବ ।

ଋଷ-ୟୁକ୍ରେନ ଯୁଦ୍ଧରେ ଧଂସ ହୋଇଗଲାଣି ମାରିୟୁପୁଲ ସହର
Leave A Reply

Your email address will not be published.