ଭୁବନେଶ୍ୱର,ତା.୨୯/୧୨: ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ଓ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ବିଜୟୀ ହେବା ପରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ବିଜେପି ସରକାରରେ ଏକାମ୍ର ର ଭିତିଭୁମିକୁ ସୁଦୃଢ କରିବା ପାଇଁ ସମସ୍ତ ବାଧାବିଘ୍ନ ଦୂର କରାଯିବା ସହିତ ନୂତନ ପ୍ରକଳ୍ପ ନିର୍ମାଣ କରାଯିବ । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଦୟା ପଶ୍ଚିମ କେନାଲ ଦକ୍ଷିଣ ପାର୍ଶ୍ବ ବନ୍ଧ ସୁନ୍ଦରପଦା ଠାରୁ ବାହାଦଲ ପୁର ପର୍ଯ୍ୟନ୍ତ ୧ କୋଟି ୮୬ ଲକ୍ଷ ମୂଲ୍ୟ ର ରାସ୍ତା କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା।ଏକାମ୍ର ବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ।ନିର୍ବାଚନୀ ପ୍ରତିଶୃତି କୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ।
ଏସବୁ ଖୁବ୍ ଜଲ୍ଦୀ କାମ ଆରମ୍ଭ ହେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ଅତୀତର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ବାଧାପ୍ରାପ୍ତ ହେଉଥିଲା।ଆଜିର ଏହି ଐତିହାସିକ ନିଷ୍ପତି ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।ଏକାମ୍ର ନିର୍ବାଚନ ମଣ୍ଡଳୀର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କୁ ଏକାମ୍ର ବିଧାୟକ ବାବୁ ସିଂ ଏକାମ୍ର ବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମ ରେ ଜଟଣୀ ବିଧାନସଭା ବିଧାୟକ ପ୍ରାଥୀ ବିଶ୍ବରଂଜନ ବଡ଼ଜେନା,ୱାର୍ଡ ନଂ ୬୭ ର କର୍ପୋରେଟର ମଧୁସ୍ମିତା ପ୍ରଧାନ, ସ୍ଥାନୀୟ ନେତୃତ୍ୱ ସୁରେନ୍ଦ୍ର ପ୍ରଧାନ, ସୁନିଲ ଚମ୍ପତି, ଭୁବନ ପ୍ରଧାନ, କୃଷ୍ଣ ଚନ୍ଦ୍ର ନାୟକ, ଅରୁଣ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.