ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ୍ ଅଧିବେଶନ । ଅନ୍ୟପକ୍ଷରେ ବଢିଛି ବିଧାନସଭାର ଦୈନିକ କାର୍ଯ୍ୟ ସମୟ । ଏଣିକି ୫ ଘଂଟା ନୁହେଁ ୬ ଘଂଟା ଧରି ଚାଲିବ ବିଧାନ ସଭାର କାର୍ଯ୍ୟ । ତେବେ ବିଧାନସଭା ଅଧିବେଶନ ୧୦ ଟା ୩୦ ରୁ ଆରମ୍ଭ ହୋଇ ୧. ୩୦ ପର୍ଯନ୍ତ ଚାଲିବ । ପରବର୍ତୀ ପର୍ଯ୍ୟାୟରେ ଅପରାହ୍ନ ୪ ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଚାଲିବ । ଯାହା ଆଗରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲୁଥିଲା । ତେବେ ଆସନ୍ତା ୨ ତାରିଖରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ସବୁ ଦଳର ନେତା ଯୋଗ ଦେବେ । ବାଚସ୍ପତି ବିକ୍ରମ କେଶରି ଆରୁଖଙ୍କ ଅଧ୍ୟକ୍ଷତାରେ ଗୃହ ଚାଲିବ । ସୂଚନା ଅନୁସାରେ ବଜେଟ୍ ଅଧିବେଶନରେ ମୋଟ ୨୪ ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ୨୦୨୨ ଏବ ୨୩ ର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଖବର ମୁତାବକ୍ ଆସନ୍ତା ଅଧିବେଶନ ଦୁଇଟି ପର୍ଯ୍ୟୟରେ ଚାଲିବ । ପ୍ରଥମ ପର୍ଯ୍ୟୟ ଅଧିବେଶନ ଜୁଲାଇ ୨ ତାରିଖରୁ ୬ ତାରିଖ ଯାଏ ଚାଲିବ ସେହିପରି ଦ୍ୱିତୀୟ ପର୍ଯ୍ୟୟ ଅଧିବେଶନ ଜୁଲାଇ ୧୪ ତାରିଖ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
Sign in
Sign in
Recover your password.
A password will be e-mailed to you.