ଡୁମାଣୀ ଟିଭି ,୩୦/୩ : ଆସନ୍ତା କାଲି ଉତ୍କଳ ଦିବସ । ପୂର୍ବ ବର୍ଷ ଗୁଡିକ କୋଭିଡ ଯୋଗୁ ଉତ୍କଳ ଦିବସକୁ ଆଡମ୍ବରରେ ପାଳନ କରାଯାଏନଥିଲା କିନ୍ତୁ ଏଥର ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ । ଓଡ଼ିଶା ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଉତ୍କଳ ଦିବସକୁ ମହାସମାରୋହରେ ପାଳନ କରାଯିବ । ପ୍ରତି ଜିଲ୍ଲାରେ ସଭାସମିତି ଆୟୋଜନ ହେବ । ଉତ୍ସବରେ ଜିଲ୍ଲା ପରିଷଦ ସଭାପତିମାନେ ସଭାପତିତ୍ୱ କରିବେ । ଏପ୍ରିଲ ୧ ତାରିଖ ସଂଧ୍ୟା ୬ଟାରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ ।
Sign in
Sign in
Recover your password.
A password will be e-mailed to you.