କଇଁଛ ସୁରକ୍ଷା: ମାଛଧରା ଉପରେ ୭ ମାସ ପାଇଁ କଟକଣା

148

ପାରାଦୀପ,(ଡିକେ ନୁ୍ୟଜ୍): ବିରଳଓଲିଭ ରିଡଲେ କଇଁଛର ସୁରକ୍ଷାଓ ନିରାପତ୍ତା ସୁନିଶ୍ଚିତ କରିବାପାଇଁ ପ୍ରତିବର୍ଷ ପରି ନଭେମ୍ବର୧,୨୦୨୩ ରୁ ୨୦୨୪ ମେ
ମାସ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ମାସ ଧରି ସମୁଦ୍ରରେ ମାଛଧରାଉପରେ କଟକଣା ଲଗାଇଛନ୍ତିସରକାର । ଏହି ନିଷେଧାଦେଶରମୁଖ୍ୟ କାରଣ ହେଉଛି ଏହି
ସମୟରେ ସମୁଦ୍ରରୁ ପ୍ରାୟ ୧ହଜାର ମାଇଲ ଦୂରରୁ କଇଁଛମାନେ ଓଡ଼ିଶାର ମୁହାଁଣ ଓଉପକୂଳକୁ ସୁରକ୍ଷିତ ମନେକରିଦେବାପାଇଁ ଆସିଥାନ୍ତି । ଏତଦବ୍ୟତୀତ
ଏହି ସମୟରେ ସେମାନଙ୍କରପ୍ରଜନନ ଓ ମିଳନ ସଙ୍ଗମହୋଇଥାଏ । ସୂତ୍ରରୁ ପ୍ରକାଶ ଯେପ୍ରତିବର୍ଷ ନଭେମ୍ବରରୁ ଜାନୁୟାରୀମଧ୍ୟରେ ଲକ୍ଷ ଲକ୍ଷ ଅଲିଭ ରିଡଲେ
କଇଁଛ ଏହି ସମୟରେ ମୁହାଁଣକୁଆସୁଥିବାରୁ ମୁହାଁଣର ୧୦କିଲୋମିଟର ଦୂରରେ ଏବଂଉପକୂଳଠାରୁ ୨୦ କିଲୋମିଟରଦୂର ମଧ୍ୟରେ ଯାନ୍ତ୍ରିକ ତଥା ମୋଟର
ଚାଳିତ ଟ୍ରଲର ଏବଂ ଡଙ୍ଗା ସହିତମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରରେ ମାଛଧରିବାକୁ ବାରଣ କରାଯାଇଛି ।ତେବେ ଏହି ପ୍ରତିବନ୍ଧକ ଯୋଗୁଁପାରାଦୀପର ୬୫୦ ଟ୍ରଲର ଓ
୩୦୦ ଯନ୍ତ୍ରଚାଳିତ ଡ଼ଙ୍ଗା ସମେତପ୍ରାୟ ୫୦ ହଜାର ମତ୍ସ୍ୟଜୀବିପ୍ରଭାବିତ ହେବେ ବୋଲିଜଣାପଡିଛି । ତେବେ ସମ୍ପ୍ରତି କଇଁଛସମେତ ସମୁଦ୍ର ମତ୍ସ୍ୟ ସମ୍ପଦ ସୁରକ୍ଷା
ଏବଂ ଏହାର ଅଧିକ ଉତ୍ପାଦନ ଲକ୍ଷ୍ୟରେସରକାର ପ୍ରାୟ ୨୦ ବର୍ଷ ଧରି ଏହିପ୍ରତିବନ୍ଧକ ଲଗାଇ ଆସୁଛନ୍ତି ।

Leave A Reply

Your email address will not be published.