କରୋନା ରେ ସଂକ୍ରମିତ ହେଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି

176

ନୂଆଦିଲ୍ଲୀ ,୨୦/୦୬: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ରବିବାର ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଦିଲ୍ଲୀର ରାଜେନ୍ଦ୍ର ନାଗରରେ ଏକ ନିର୍ବାଚନୀ ବୈଠକରେ ସ୍ମୃତି ଇରାନୀ ସମ୍ବୋଧିତ କରିବାକୁ ଯାଉଥିଲେ, କିନ୍ତୁ କରୋନା ପଜିଟିଭି ଥିବାରୁ ସେ ଏହି ସଭାକୁ ବାତିଲ କରିଦେଇଥିଲେ।ଏଥିପାଇଁ ସେ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଛନ୍ତି।
ସ୍ମୃତି ଇରାନୀ ଟ୍ୱିଟ୍ କରି କହିଛନ୍ତି, ରାଜେନ୍ଦ୍ର ନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ମୁଁ ନାଗରିକମାନଙ୍କୁ କ୍ଷମା ମାଗୁଛି, କାରଣ ମୋର କରୋନା ରିପୋର୍ଟ ପଜିଟିଭି ଆସିଛି । ମୁଁ ବିଜେପି ପ୍ରାର୍ଥୀ ରାଜେଶ ଭାଟିଆଙ୍କୁ ଭୋଟ୍ ଦେବା ଏବଂ ଦଳକୁ ଜିତାଇବା ପାଇଁ ରାଜେନ୍ଦ୍ର ନଗରବାସୀଙ୍କୁ ନିବେଦନ କରୁଛି। ବିଜେପିର ପ୍ରାର୍ଥୀ ରାଜେଶ ଭାଟିଆଙ୍କ ସମର୍ଥନରେ ସ୍ମୃତି ଇରାନୀ ଏକ ନିର୍ବାଚନ ସଭାରେ ଯୋଗଦେବାକୁ ଯାଉଥିଲେ। ତାଙ୍କର କାର୍ଯ୍ୟକ୍ରମ କାର୍ଯ୍ୟସୂଚୀ ମଧ୍ୟ ପ୍ରସ୍ତୁତ ଥିଲା ।  କିନ୍ତୁ କାର୍ଯ୍ୟକ୍ରମ ପୂର୍ବରୁ ତାଙ୍କର କରୋନା ରିପୋର୍ଟ ପଜିଟିଭି ଆସିଥିଲା । ଏହି କାରଣରୁ ସେ ନିର୍ବାଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯୋଜନା ବାତିଲ କରିଥିଲେ।

Leave A Reply

Your email address will not be published.