କେନ୍ଦ୍ର ନିଷ୍ପତ୍ତି ଉପରେ ସୁପ୍ରିମ୍‌କୋର୍ଟଙ୍କ ମୋହର ଜାରି ରହିବ ଇଡବ୍ଲ୍ୟୁଏସ୍‌ ସଂରକ୍ଷଣ

164

ନୂଆଦିଲ୍ଲୀ, ଦେଶରେ ଗରିବ ଶ୍ରେଣୀ ଲୋକଙ୍କୁ ଉଚ୍ଚଶିକ୍ଷା ଏବଂ ସରକାରୀ·କିରିରେ ମିଳୁଥିବା ୧୦ ପ୍ରତିଶତ ଇଡବ୍ଲୁଏସ କୋଟା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ୫ ଜଜ୍‌ଙ୍କ ସାମ୍ବିଧାନିକ ଖଣ୍ଡପୀଠ ୩-୨ରେ ଏହି କୋଟା ପକ୍ଷର ରାୟ ଶୁଣାଣିଛନ୍ତି । ପ୍ରଧାନ ବି·ରପତି ଜଷ୍ଟିସ ୟୁୟୁ ଲଲିତ ଏବଂ ଜଷ୍ଟିସ ଏସ. ରବିନ୍ଦ୍ର ଭଟ୍ଟ ଏହି କୋଟାକୁ ଅନୁଚିତ ଦର୍ଶାଇ ଏବଂ ସାମ୍ବିଧାନର ମୂଳ ଭାବନାର ବିପରୀତ ବୋଲି କହିଛନ୍ତି । ଜଷ୍ଟିସ ଭଟ୍ଟ ଏହା ଉପରେ ବିସ୍ତୃତ ଭାବେ ବୟାନ ରଖି ସଂରକ୍ଷଣ ପାଇଁ ୫୦ ପ୍ରତିଶତ ନିର୍ଦ୍ଧାରିତ ସୀମାର ଉଲ୍ଲଂଘନ କରିବା ଭୁଲ ବୋଲି କହିଛନ୍ତି । ଏହା ସମ୍ବିଧାନର ମୂଳ ଭାବନାକୁ ବିରୋଧ କରୁଛି । ସେ କହିଛନ୍ତି, ଓବିସି ଏବଂ ଏସ୍‌ସି-ଏସ୍‌ଟି ବର୍ଗରେ ଗରିବଙ୍କ ସଂଖ୍ୟା ସବୁଠୁ ଅଧିକ । ଏପରି ସ୍ଥିତିରେ ଆର୍ଥିକ ଆଧାରରେ ଦିଆଯାଉଥିବା ସଂରକ୍ଷଣରୁ ସେମାନଙ୍କୁ ବାହାର ରଖାଯିବା ଭେଦଭାବପୂର୍ଣ୍ଣ ଅଟେ । ଜଷ୍ଟିସ ରବିନ୍ଦ୍ର ଭଟ୍ଟ କହିଛନ୍ତି, ସମ୍ବିଧାନରେ ସାମାଜିକ ଏବଂ ରାଜନୈତିକ ରୂପେ ପଛୁଆ ଲୋକଙ୍କୁ ସଂରକ୍ଷଣ କଥା କୁହାଯାଇଛି । ଆର୍ଥିକ ଆଧାରରେ ସଂରକ୍ଷଣ କଥା କୁହାଯାଇ ନାହିଁ । ସେ କହିଛନ୍ତି, ଆର୍ଥିକ ରୂପେ ପଛୁଆ ଲୋକଙ୍କ ସବୁଠୁ ଅଧିକ ସଂଖ୍ୟା ଓବିସି ଏବଂ ଏସ୍‌ସି-ଏସ୍‌ଟି ସମୁଦାୟରେ ରହିଛି । ଏପରି ସ୍ଥିତିରେ ଏଥିପାଇଁ ଅଲଗା ସଂରକ୍ଷଣର କ’ଣ ଆବଶ୍ୟକତା ରହିଛି । ଜଷ୍ଟିସ ରବିନ୍ଦ୍ର ଇଡବ୍ଲୁଏସ କୋଟାକୁ ସମ୍ବିଧାନର ମୂଳ ଭାବନାର ବିପରୀତ ଦର୍ଶାଇ ଏହି ସଂରକ୍ଷଣ କିଛି ବର୍ଗଙ୍କୁ ବାହାର କରୁଛି, ଯାହା ଭେଦଭାବପୂର୍ଣ୍ଣ ବୋଲି କହିଛନ୍ତି । ୫୦ ପ୍ରତିଶତ ସୀମା ଅତିକ୍ରମ କରିବାକୁ ଭୁଲ କହିବା ସହ ସେ କହିଛନ୍ତି, ଏହା ସମାନତାର ଅଧିକାର ଅର୍ଥ ସଂରକ୍ଷଣର ଅଧିକାର ହୋଇଯିବ । ଇଡବ୍ଲୁଏସ କୋଟାର ସମର୍ଥନ କରିଥିବା ଜଷ୍ଟିସ ଜେପି ପାରଦୀୱାଲାଙ୍କ ଟିପ୍ପଣୀ ଏବେ ଚର୍ଚ୍ଚାର ବିଷୟ ହୋଇଛି । ସେ ଇଡବ୍ଲୁଏସ ସଂରକ୍ଷଣକୁ ଠିକ ଦର୍ଶାଇଛନ୍ତି ଏବଂ ସଂରକ୍ଷଣକୁ ନେଇ ବଡ଼ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ସଂରକ୍ଷଣ ଅନନ୍ତକାଳ ପର୍ଯ୍ୟନ୍ତ ଜାରି ରହିପାରିବ ନାହିଁ । ସେ କହିଛନ୍ତି ସଂରକ୍ଷଣ କୌଣସି ମାମଲାର ଶେଷ ସମାଧାନ ନୁହେଁ । ଏହା କୌଣସି ସମସ୍ୟାର ଶେଷ ପାଇଁ ଏକ ଆରମ୍ଭ ମାତ୍ର ଅଟେ । ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ସଂସଦରୁ ୧୦୩ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ପାରିତ ହୋଇଥିଲା । ଏହା ଅଧିନରେ ସାଧାରଣ ବର୍ଗର ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନେଇ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.