କେସିଙ୍ଗାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

160

କେସିଙ୍ଗା, (ଡି କେ ନୁ୍ୟଜ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ମିନି ଷ୍ଟାଡିୟମରେ ପରିସରରେ ହଜାର ହଜାର ସଂଖ୍ୟାରେ ମିଶନ ଶକ୍ତି ମା’
ଭଉଣୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରକାଶ ଥାଉ କି ଚଳିତ ୩ ତାରିଖରୁ ସମଗ୍ର
କଳାହାଣ୍ଡି ଜିଲ୍ଲାରେ ୧୫୫ କୋଟି ଟଙ୍କା ବ୍ୟୟରେ ୪ ହଜାର ୬୭୮ ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । କେସିଙ୍ଗାରେ
ଅନୁଷ୍ଟିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରଥମେ ସିର୍ଜାପାଲି ସରପଞ୍ଚ ପ୍ରମୋଦ ଦାସ ନିଜର ଅଭିଭାଷଣ ପ୍ରଦାନ କରି କଳାହାଣ୍ଡି ଜିଲ୍ଲାର ଉନ୍ନତିର ସାରଥି ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷଭି କେ ପାଣ୍ଡିଆନ ବିଭିନ୍ନ ପ୍ରକଳ୍ପ ପାଇଁଧନ୍ୟବାଦ୍ ଅର୍ପଣ କରିଥିଲେ ।ଦ୍ୱିତୀୟ ପର୍ଯ୍ୟାୟରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ନିଜ
ଅଭିଭାଷଣରେ ଆମ ଓଡ଼ିଶା ନବୀନଓଡ଼ିଶା ମାଧ୍ୟମରେ ପ୍ରତି ଗ୍ରାମ ପଂଚାୟତର ଗାଆଁ ଗାଆଁରେଜଗନ୍ନାଥ ସଂସ୍କୃତିର ପ୍ରସାର ବିଭିନ୍ନ
ଐତିହାସିକ ସ୍ଥଳୀର ବିକାଶ, କ୍ରୀଡାର ବିକାଶ, ଶିକ୍ଷାର ବିକାଶ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳା ମାନଙ୍କ ସଶକ୍ତିକରଣ କରିବା ଏକ
ପ୍ରଶଂସନୀୟ ପଦକ୍ଷପ ବୋଲି କହିଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ କେସିଙ୍ଗା ବ୍ଲକର ୨୬ ଗୋଟି ଗ୍ରାମ
ପଂଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୧୩ କୋଟି ଟଙ୍କା ପ୍ରଦାନ କରିଥିବାରୁ ମୂଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କେସିଙ୍ଗା ବ୍ଲକ୍ର
୨୬ ଟି ଗ୍ରାମ ପଂଚାୟତର ଜନସାଧାରଣଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ୨୬ ଟି ଗ୍ରାମ
ପଂଚାୟତର ପ୍ରାୟ ୬ ହଜାର ମିଶନ ଶକ୍ତି ମା’ ଭଉଣୀ ମାନେ ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ
ପାତ୍ର, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, କେସିଙ୍ଗା ନଗର ପାଳ ନୃପ ରାଜ ଯାଦବ, ବିଜେଡି ନେତା ଦୁଷ୍ମନ୍ତ ନାଏକ, ସରପଞ୍ଚ ସଂଘ୍
ସଭାପତି ସୁବୋଧ ରଣା, କେସିଙ୍ଗା ବିଜେଡି ନଗର ସଭାପତି ରମେଶ ପଟ୍ଟନାୟକ, ବ୍ଲକ୍ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପ୍ରମୁଖ
ଉପସ୍ଥିତ ଥିଲେ । ବ୍ଲକ୍ ପ୍ରଶାସନ ତରଫରୁ ଦିନ ରାତି କାମକରି ଅତିସୁନ୍ଦର ଆୟୋଜନ ଉପସ୍ଥିତ ଜନସାଧାରଣଙ୍କୁ ଆନନ୍ଦିତ କରିଥିବା
ଚର୍ଚ୍ଚା ହେଉଛି । ସେହିପରି କେସିଙ୍ଗା ଆଦର୍ଶ ଥାନା ପକ୍ଷ ରୁ ନିଜେ ଥାନା ଅଧିକାରୀ ଓ ତାଙ୍କ ଟିମ୍ ଉପସ୍ଥିତ ରହି ଅତିସୁନ୍ଦର ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave A Reply

Your email address will not be published.