ଖାଦ୍ୟ ପାଇଁ ଦେହ ବ୍ୟବସାୟ କରୁଛନ୍ତି ଶ୍ରୀଲଙ୍କା ମହିଳା

173

ଶ୍ରୀଲଙ୍କାର ଆର୍ଥୀକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଭୁଶୁଡିବାରେ ଲାଗିଛି ଅର୍ଥନିତିକ ମେରୁଦଣ୍ଡ । ଏପରିକି ଖାଦ୍ୟ ଓ ଔଷଧ ପାଇଁ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ମହିଳା । ଗତ କିଛି ଦିନ ହେବ ଶ୍ରୀଲଙ୍କାରେ ଦେହ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ସ୍ପା ସେଣ୍ଟର ଗୁଡ଼ିକରେ ମହିଳାମାନେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ।ବିଶେଷ କରି କପଡ଼ା ଉଦ୍ୟୋଗରେ କାମ କରୁଥିବା ମହିଳାମାନେ ଏହି କାମ କରୁଛନ୍ତି । ଦେଶର ଅର୍ଥ ବ୍ୟବସ୍ଥା ବିଗିଡ଼ିବାରୁ ଲୋକମାନେ ଏଠାରେ ଜୀବିକା ହରାଉଛନ୍ତି । ଏହାଦ୍ୱାରା କପଡ଼ା ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଏହି ଉଦ୍ୟୋଗରେ କାମ କରୁଥିବା ମହିଳାମାନେ ରୋଜଗାର ହରାଇବା ଭୟରେ ଦେହ ବ୍ୟବସାୟକୁ ବୈକଳ୍ପିକ ମାଧ୍ୟମ ବୋଲି ଧରିନେଇଛନ୍ତି । ଏନେଇ ଶ୍ରୀଲଙ୍କାର ଜଣେ ମହିଳା କହିଛନ୍ତି ଯେ, ପୂର୍ବରୁ ଆମର ମାସିକ ବେତନ ୨୮ ହଜାର ଟଙ୍କା ଥିଲା । ହେଲେ ଏବେ ଆମେ ଦୈନିକ ୧୫ ହଜାର ଟଙ୍କା ରୋଜଗାର କରିପାରୁଛୁ । ଦ ଟେଲିଗ୍ରାଫ୍ର ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ଠାରୁ କଲମ୍ବୋରେ ଦେହ ବ୍ୟବସାୟ କରୁଥିବା ମହିଳାଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି । ଏହି ମହିଳାମାନେ ସେମାନଙ୍କର ପରିବାରର ବୋଝ ଉଠାଇବା ପାଇଁ ଏହାକୁ ମାଧ୍ୟମ ରୂପେ ଧରି ନେଇଛନ୍ତି । ଏପଟେ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବରେ ରାନିଲ ୱିକ୍ରେମସିଂହ ନିର୍ବାଚିତ ହୋଇଥିବା ବେଳେ ସ୍ଥିତି ସୁଧାରକୁ ଆଣିବା ପାଇଁ ଆଶା ବାନ୍ଧିଚନ୍ତି ଶ୍ରୀଲଙ୍କା ବାସୀ ।

Leave A Reply

Your email address will not be published.