ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି କୌନ ବନେଗା କରୋଡ ପତି ସିଜିନ-୧୪
ଆସିବାକୁ ଯାଉଛି କୌନ ବନେଗାଁ କରୋଡପତି ସିଜିନ-14 । ଟେଲିଭିଜନ୍ ର ପ୍ରସିଦ୍ଧ ରିଆଲିଟି ଶୋ ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍କୁ ବର୍ତ୍ତମାନ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହି ଶୋକୁ ଅପେକ୍ଷା କରି ରହିଥିବା ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । ବର୍ତ୍ତମାନ ଏହି ଶୋ’ର ନୂଆ ସିଜିନ୍ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ସୁପରଷ୍ଟାର ଅମୀର ଖାନଙ୍କ ଠାରୁ ଆରମ୍ଭ କରି ସ୍ପୋର୍ଟସ୍ ଆଇକନ୍ ମେରି କମ୍ ପର୍ଯ୍ୟନ୍ତ, ବିଗ୍-ବିଙ୍କ ଦ୍ୱାରା ଆୟୋଜିତ ‘କୌନ୍ ବନେଗା କରୋଡପତି-୧୪ ‘ର ପ୍ରିମିୟର୍ ଏପିସୋଡ୍ ହେବାକୁ ଯାଉଛି । ସୂଚନା ଅନୁସାରେ ‘କେବିସି-୧୪’ ଅଗଷ୍ଟ ମାସ 7 ତାରିଖରେ ଆରମ୍ଭ ହେବାକୁ ଯାଉଛି । ତେବେ ଏହାର ନିର୍ମାତା ଏକ ସ୍ଵତନ୍ତ୍ର ଏପିସୋଡ୍ କରିଛନ୍ତି । ଯେଉଁଥିରେ ଅମୀର ଖାନ, ମେରି କମ ଏବଂ ସୁନୀଲ ଛେତ୍ରୀଙ୍କ ସହ ସ୍ପୋର୍ଟ ଆଇକନ୍ ମିତାଲି ମଧୁମିତା ମଧ୍ୟ ଯୋଗ ଦେବାର ଖବର ରହିଛି । ଏହା ବ୍ୟତୀତ ଅନ୍ୟାନ୍ୟ ବଡ ବଡ ତାରକା ମଧ୍ୟ ନଜର ଆସିବେ। ଏଥର ଶୋ’ରେ ବହୁତ କିଛି ପରିବର୍ତ୍ତନ ଆସିବାକୁ ଯାଉଛି । ପ୍ରଥମେ, ଜ୍ୟାକପଟ୍ ପ୍ରଶ୍ନ ବୃଦ୍ଧି କରାଯାଇଛି । ପରେ ଜ୍ୟାକପଟ୍ ପ୍ରଶ୍ନ ସାତ କୋଟି ବଦଳରେ ସାଢେ କୋଟି ହେବ। ଦ୍ୱିତୀୟ ହେଉଛି ଶେଷ ପଯ୍ୟାୟ ଭୁଲ ଉତ୍ତର ଦେବା ପରେ ମଧ୍ୟ ପ୍ରତିଯୋଗୀଙ୍କୁ ମୋଟା ଅଙ୍କର ଅର୍ଥ ମିଳିବ । ଯଦି ଜଣେ ପ୍ରତିଯୋଗୀ ୧ କୋଟି ପ୍ରଶ୍ନର ଉତ୍ତର ଦେବା ପରେ ସାତ କୋଟି ପ୍ରଶ୍ନ ପାଇଁ ଖେଳନ୍ତି ଏବଂ ସେ ଏହାର ସଠିକ୍ ଉତ୍ତର ଦେଇପାରୁ ନାହାଁନ୍ତି, ତେବେ ସେ ହାରିବା ପରେ ବି ୭୫ ଲକ୍ଷ ଟଙ୍କା ପାଇବେ । ଏହା ସହ ଶୋ’ରେ ତୃତୀୟ ଏବଂ ଶେଷ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, ୧ କୋଟିର ପ୍ରଶ୍ନ ପୂର୍ବରୁ, ୫୦ ଲକ୍ଷ ଟଙ୍କା ପାଇଁ ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ୭୫ ଲକ୍ଷ ପାଇଁ ପ୍ରଶ୍ନ ରଖାଯାଇଛି । ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ନେଇ, କେବିସିରେ ଏହାକୁ ଯୋଡା ଯାଇଛି । କହିବାକୁ ଗଲେ ପ୍ରତିଯୋଗୀମାନଙ୍କ ପାଇଁ ଶୋ’ର ରେଜିଷ୍ଟ୍ରେସନ୍ ୯ ଏପ୍ରିଲରୁ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ହଜାର ହଜାର ଲୋକ ରେଜିଷ୍ଟ୍ରେସନ୍ କରିଛନ୍ତି। ପୁଣି ଠାରେ ନଜର ବିଗ ବି ଙ୍କ ସହ ନଜର ଆସିବେ ଅନେକ ସେଲିବ୍ରେଟିଙ୍କ ଏବଂ ସାଧାରଣ ଜନତା ।