ଖୁବ ଶୀଘ୍ର କୋଣାର୍କକୁ ସଂଯୋଗ ହେବ ଟ୍ରେନ ଏବଂ ପୁରୀ ରେଳ ଷ୍ଟେସନ ହେବ ବିଶ୍ୱ ସ୍ତରୀୟ : ଅଶ୍ୱିନ ବୈଷ୍ଣବ

162

ଖୁବ ଶୀଘ୍ର କୋଣାର୍କକୁ ସଂଯୋଗ ହେବ ଟ୍ରେନ । ଏନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ପୁରୀରୁ ସଂଯୋଗ ହେବ କି ଅନ୍ୟ କେଉଁ ସ୍ଥାନରୁ ସଂଯୋଗ ହେବ ତାହା ଏ ପର୍ଯନ୍ତ ସ୍ପଷ୍ଟ ହୋଇନାହିଁ । ଏକ ଟିମ୍ ସାହାର୍ଯରେ ଏନେଇ ଖୁବ ଶୀଘ୍ର ସର୍ଭେ କରାଯିବ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ।
ଆଜି ପୁରୀ ଗସ୍ତରେ ଅଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ପୁରୀ ରେଳ ଷ୍ଟେସନ ନବକଳେବର କୁନେଇ ହୋଇଥିବା ଏକ କାର୍ଯକ୍ରମର ଅନୁଧ୍ୟାନ କରିଛନ୍ତି । ୩୬୪ କୋଟି ଟଙ୍କାର ବ୍ୟୟ ବରାଦରେ ପୁରୀ ରେଳ ଷ୍ଟେସନକୁ ନବକଳେବର କରାଯାଇ ବିଶ୍ୱସ୍ତରୀୟ କରିବା ପାଇଁ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯାଇଛି । ଏଥି୍େର ସ୍ୱତନ୍ତ୍ର ପ୍ଳାନ ଓ ଡିଜାଇନ ସାହାର୍ଯରେ ଉନ୍ନତମାନର କଳା କୌଶଳ ପ୍ରୟୋଗ କରି ପୁରୀ ରେଳ ଷ୍ଟେନକୁ ବିଶ୍ୱସ୍ତରୀୟ କରାଯିବ । ଏଠାରେ ବଡ ବଡ ବିଲ୍ଡିଂ ନିର୍ମାଣ କରାଯିବା ସହ ଯାତ୍ରୀ ନିବାସ ମଧ୍ୟ ନିର୍ମାଣ କରାଯିବ । ଏହା ୨୦୦ ରୁ ୩୦୦ କିଲୋମିଟର ବେଗର ବାତ୍ୟା ପବନକୁ ମଧ୍ୟ ସହିବା ଭଳି ତିଆରି କରାଯିବ । ଏହା ସହିତ ଖୁବ୍ ଶୀଘ୍ର କୋଣାର୍କକୁ ରେଳ ସଂଯୋଗ କରାଯିବା ନେଇ ମଧ୍ୟ ସୂଚନା ଦେଇଥଛନ୍ତି । ତେବେ କେଉଁ ଷ୍ଟେସନ ରୁ ଏହା ସଂଯୋଗ ହେବ ତାହା କେବଳ ସର୍ଭେ ପରେ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.