ଗଜପତିରେ ବାଘ ଆତଙ୍କ
ପାରଳାଖେମୁଣ୍ଡି,(ଡିକେ ନୁ୍ୟଜ୍): ଗଜପତି ଜିଲ୍ଲାରେବର୍ତ୍ତମାନ ବାଘ ଆତଙ୍କ ଦେଖାଦେଇଛି । ଏହିଜିଲ୍ଲାର ମହେନ୍ଦ୍ର ବନାଞ୍ଚଳ ଏବଂ ମହେନ୍ଦ୍ରଗିରି ପାଦ
ଦେଶରେ ଏକ ମହାବଳ ବାଘ ଶିକାରଅନ୍ୱେଷଣରେ ବିଚରଣ କରୁଥିବା ବନ ବିଭାଗତରଫରୁ ସୂଚନା ମିଳିଛି । ଶିକାର ଅନ୍ୱେଷଣରେ
ମହାବଳ ବାଘର ବିଚରଣକୁ ନେଇ ସାଧାରଣରେଭୟ ଓ ଆତଙ୍କ ସୃଷ୍ଟି ହେବା ସହ ସନ୍ଧ୍ୟା ପୂର୍ବରୁସମ୍ପକ୍ତ ଅଞ୍ଚଳରେ ଥିବା ବହୁ ଗ୍ରାମରେ
ଲୋକେତାଟି କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟହେଉଛନ୍ତି । ଘଟଣାରୁ ପ୍ରକାଶ ଗତ ୩ ଦିନ ତଳେଗଜପତି ଜିଲ୍ଲାର ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର
ଗ୍ରାମରେ ଏକ ଗାଇକୁ କୌଣସି ବନ୍ୟଜନ୍ତୁଘୋଷାରି ନେଇ ମାରି ଖାଇଥିବାରଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗପରେ ମହେନ୍ଦ୍ର ନବାଞ୍ଚଳର ବନକର୍ମ·ରୀ ଏବଂପାରଳାଖେମୁଣ୍ଡି ନଖଣ୍ଡର ଏସିଏଫ୍ ଅଶୋକକୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚିଅନୁସନ୍ଧାନ କଲାପରେ ଏକ ବାଘର ପାଦଚିହ୍ନ
ଠବା କରିଥିଲେ । ପାଦଚିହ୍ନ ଗୁଡ଼ିକର ପ୍ଲାଷ୍ଟରପେରିସ୍ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା ।ସେହିଦିନ ବାଘର ଅବସ୍ଥିତି ଜାଣିବା ପାଇଁ ସେହି
ଆଖପାଖ ଅଞ୍ଚଳରେ ପାଞ୍ଚଗୋଟି ଟ୍ରାପ କ୍ୟାମେରାଲଗାଯାଇଥିଲା । ଶୁକ୍ରବାର ଦିନ ସକାଳୁ ଗୋଟିଏକ୍ୟାମେରାରେ ଏକ ମହାବଳ ବାଘର ଅବସ୍ଥିତି
ଜଣାପଡିଛି । ଏଥିଯୋଗୁଁ ଉକ୍ତ ଅଞ୍ଚଳର ଆଖପାଖସମସ୍ତ ଗ୍ରାମବାସୀମାନଙ୍କୁ ବାଘ ବୁଲୁଥିବାର ସତର୍କସୂଚନା ଦିଆଯାଇଛି । ଗାଈ, ଗୋରୁ, ଛେଳି, ମେଣ୍ଢା
ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜରଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତ୍ରସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର
ସାହାଯ୍ୟରେ ବନ ବିଭାଗ ତରଫରୁ ସତର୍କ ସୂଚନାଦିଆଯାଇଛି । ବର୍ତ୍ତମାନ ପାରଳାଖେମୁଣ୍ଡି ଏବଂମହେନ୍ଦ୍ର ବନାଞ୍ଚଳର ୨ ଅଧିକାରୀ ସମେତ
ପାରଳାଖେମୁଣ୍ଡି ଏସିଏଫ ଅଶୋକ କୁମାରବେହେରାଙ୍କ ନେତୃତ୍ୱରେ ବନ କର୍ମ·ରୀଙ୍କ ଏକସ୍କ୍ୱାଡ଼ ସମ୍ପୂକ୍ତ ଅଞ୍ଚଳରେ ସଜାଗ ରହି ବାଘର ସ୍ଥିତିକୁ
ଅନୁଧ୍ୟାନ କରୁଛନ୍ତି । ଏଠାରେ ଉଲେଖଯୋଗ୍ୟଯେଗଜପତି ଜିଲ୍ଲାର ବନ ବିଭାଗ ନଥିପତ୍ରରେମହାବଳ ବାଘ ନ ନଥିବା ଉଲ୍ଲେଖ ରହିଥିବା
ବେଳେ ବର୍ତ୍ତମାନର ଏହି ମହାବଳ ବାଘଟି ଆସିଲାକେଉଁଠୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ହୋଇଛି ।ଅଞ୍ଚଳବାସୀଙ୍କ ସମେତ କିଛି ବନ କର୍ମ·ରୀ ଏହି
ବାଘଟି ପଡୋଶୀ ଆନ୍ଧ୍ରର ଜଙ୍ଗଲରୁ ଆସିଥିବାସନେ୍ଦହ କରୁଛନ୍ତି ।