ଗଣେଷ ପୂଜାରେ ପରଦାକୁ ଆସିବ ସ୍ୱରାଜ-ଶିବାନୀ ଅଭିନୀତ ‘କିସ୍ ମିସ୍’

155

ଚଳିତ ମାସ ୩୧ ତାରିଖ ଗଣେଷ ପୂଜାରେ ପରଦାକୁ ଆସିବ ଓଡ଼ିଆ ଚଳଚିତ୍ର ‘କିସ୍ ମିସ୍’ । ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ବଡ ପରଦାରେ ଦେଖି ସାରିଛନ୍ତି ଦର୍ଶକ । ତେବେ ଏଥିରେ ଉଭୟଙ୍କ ଲଭ, ରୋମାନ୍ସ ସହ ଆକ୍ସନ ଦେଖିବାକୁ ମିଳିବ । ‘ ଝିଲିକ୍ ମୋସନ ପିକ୍ଚର୍ସ’ ବ୍ୟାନରରେ ନିର୍ମିତ ଏହି ସିନେମାରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ବେଳେ ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଳାଇଛନ୍ତି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହି ଫିଲ୍ମର ଅଡିଓ ରିଲିଜ ଅନୁଷ୍ଠିତ ହୋଇ ଯାଇଛି । ପ୍ରିତିରାଜ, ନୀତୁ ସିଂ, ମାନିନୀ, ଲିଙ୍କନ ପଟ୍ଟନାୟକ, ସୋମେନ୍ ପୂଜାରୀ, ଧରିତ୍ରୀ ପ୍ରମୁଖ ସିନେମାରେ ସାଥୀ କଳାକାର ଭାବେ ନଜର ଆସିଛନ୍ତି । ସ୍ୱରାଜ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦୃଷ୍ଟିହୀନ ଭୂମିକାରେ ଅଭିନୟ କରିଛନ୍ତି ।

ତେବେ ଓଡ଼ିଶା ଭିତରେ ସିନେମାର ସୁଟିଂ ହୋଇଥିବା ବେଳେ କେବଳ ଗୀତ ଗୁଡିକ ରାଜ୍ୟ ବାହାରେ ସୁଟିଂ ହୋଇଥିବା ଜଣାପଡିଛି ।ସାରା ଓଡ଼ିଶାର ବିଭିନ୍ନ ସିନେମା ହଲରେ ‘କିସ୍ ମିସ୍’ ମୁକ୍ତିଲାଭ କରିବ ।

ସେହିପରି କିସ୍ ମିସ୍ ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଛି । ଗୀତ ଗୁଡ଼ିକୁ ଲେଖିଛନ୍ତି ଡ. ନିର୍ମଳ ନାୟକ । “ସବୁ ଲଭ ଷ୍ଟେରୀ” ଗୀତଟିକୁ ଗାଇଛନ୍ତି ସ୍ୱୟମ୍ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତି । ସେହିପରି “ତୋ ପ୍ରେମ ଜାଲରେ” ଗୀତରେ ଶଶାଙ୍କ ଶେଖର ଓ ଅମ୍ରିତା ନାୟକ କଣ୍ଠଦାନ କରିଥିବା ବେଳେ “ନ ଶୁଣିଲେ ନାହିଁ ଯା” ଗୀତଟିରେ ସତ୍ୟଜିତ ପ୍ରଧାନ ଓ ଜାଗୃତି ମିଶ୍ର କଣ୍ଠଦାନ କରିଛନ୍ତି । ଅନ୍ୟପଟେ “ବୋଲ ବୋଲ ବୋଲ” ଗୀତଟିରେ ତାରିକ୍ ଅଜିଜ୍ ଓ ଦିପ୍ତୀରେଖା ପାଢୀ କଣ୍ଠ ଦାନ କରିଛନ୍ତି ।

ଅଡିଓ ରିଲିଜ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତିମା ଘଡାଇ , ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସହିତ ଅନ୍ୟ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.