ଗଭର୍ଣ । ସଂକା୍ର ନ୍ତ:ି ଶୀ୍ର ମନ୍ଦରି ରେ ବେି ଶଷ ନୀତି

140

ପୁରୀ,୧୮ା୧୦(ଡିକେ ନୁ୍ୟଜ): ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ଆଜି ବିଶେଷ ନୀତି ସମ୍ପନ୍ନ ହୋଇଛି ।ସକାଳଧୂପ ଓ ଭୋଗମଣ୍ଡପ ପୂଜାଶେଷ ହେବା ପରେ ତିନିବାଡରେ ମଇଲମ୍ ଓ ମହାସ୍ନାନ କରାଯାଇଥିଲା । ପରେଶ୍ରୀଜିଉମାନଙ୍କୁ ନୂଆଲୁଗା ଲାଗି ହୋଇଥିଲା । ପୂଜାପଣ୍ଡା, ପତି ଓ ମୁଦିରସ୍ତ ଘଣ୍ଟ, ଛତା ଓ କାହାଳୀ ସହ ଘଟୁଆରୀ ଘରଠାରୁ ସର୍ବାଙ୍ଗ ବିଜେ କରାଇ ଆଣିଥିଲେ ।ଶ୍ରୀବିଗ୍ରହମାନଙ୍କୁ ବେଶରେ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା । ପାଣିପଡି ମଧ୍ୟାହ୍ନଧୂପ ଉଠିବା ପରେମୁଦିରସ୍ତ ପ୍ରସାଦ ଲାଗି କରିଥିଲେ । ପୂଜାପଣ୍ଡା ଷୋଡଶଉପଚାରରେ ପୂଜା କରିଥିଲେ । ଟେରା ପଡିବା ପରେ ଜଣେପୂଜାପଣ୍ଡା ରୋଷ ପାଇକ ହାତରେ ଭିତରୁ ଏକ ଓଳି ଓରିଆବା ସଙ୍ଖୁଡି ବାହାର କରିଆଣି ମନ୍ଦିର ଚତୁଃପାଶ୍ୱର୍ରେ ବଳିଦେଇଥିଲେ । ପରେ ଭୋଗ ଶେଷ ହୋଇ ଆଳତୀ କରାଯାଇଥିଲାଓ ପାଣି ପଡି ତିନି ବାଡରେ ବନ୍ଦାପନା ହୋଇଥିଲା ।

Leave A Reply

Your email address will not be published.