ଗାଁ ରେ ଏବେବି ଚାଲିଛି ଚେଙ୍କ ଚିକିତ୍ସା 

153

ସ୍ୱାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳିଛି ଆଜାଦିକ ଅମୃତ ମହୋତ୍ସବ। ସେପଟେ କିନ୍ତୁ ଅନ୍ଧ ବିଶ୍ୱାସ ର ଅନ୍ଧ ଗଳିର ବଶବର୍ତ୍ତୀ ହୋଇ ପେଟରୋଗ ସହ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏବେବି ଚାଲିଛି  ଏକ ଗାଁ ରେ ଚେଙ୍କ ଚିକତ୍ସା| ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କିମ୍ଭିରମୁଣ୍ଡା ଗାଁ ରେ ଥିବା କୁଡୁମି ସମ୍ପ୍ରଦାୟ ର ଲୋକ ଆଜି ସକାଳେ ଏହି ଚେଙ୍କ ଚିକିତ୍ସା କରିଥିବା ଦେଖିବାକୁ ମିଳଛି |ସୂଚନା ମୁତାବକ ଏହି ଗାଁ କୁ ବର୍ତ୍ତମାନ ସୁଦ୍ଧା ସଠିକ ଭାବେ ଯାତାୟାତ ର ସୁବିଧା ନଥିବା ବେଳେ,ସରକାରଙ୍କ ଉତ୍ତମ ଚିକିତ୍ସା ରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ |ଯେଉଁଥିପାଇଁ ପୂର୍ବ ପୁରୁଷ ରୁ ପେଟ ରୋଗ ସହ ବିଭିନ୍ନ ରୋଗର ଚିକିତ୍ସା ପାଇଁ ପ୍ରତେକ ବର୍ଷ ମକର ସଂକ୍ରାନ୍ତି ପର ଦିନ ଭୋର ସମୟରେ ଚେଙ୍କ ଚିକିତ୍ସା କରିଥାନ୍ତି । ଏହି ଚେଙ୍କରେ  ତମ୍ବା ଓ ଲୁହା ରେ ନିର୍ମିତ ଏକ ସରୁ ରଡ଼ କୁ ନିଆଁ ରେ ତତାଇ  ଗରମ କରି ଉଭୟ ପୁରୁଷ ଓ ମହିଳାଙ୍କ ନାଭି ର ଚର୍ତୁପାର୍ଶ୍ୱ ୪ ରୁ  ୫ଟି ସ୍ଥାନ ରେ ଚେଙ୍କ ଦେଲେ, ପେଟ ରୋଗ ଭଲ ହୋଇ ଯାଏ ବୋଲି ସେମାନେ ଏହି ଚେଙ୍କ ଦେଉଥିବା କହିଛନ୍ତି |କେବଳ ସେତିକି ନୁହଁ ସାତଟି ଅରଖ ପତ୍ର ରେ, ଜଡ଼ା ତେଲ ଦେଇ, ଅଣ୍ଟା ଉପରେ ପତରକୁ ପରସ୍ତ ପରସ୍ତ କରି ରଖିବା ପରେ , ପୂର୍ବରୁ ତତା ହୋଇ ରଖି ଥିବା ଏକ ମୋଟା ରଡ଼ ତା ଉପରେ ରଖି ଦେଲେ, ଅଣ୍ଟା ଜନିତ ରୋଗ ଦୂର ହୋଇ ଥାଏ  ବୋଲି, ସେମାନଙ୍କ ବିଶ୍ୱାସ ରହିଛି|ଏହା ସହ ଗଛରୁ ପତ୍ର ଝଡା ସମୟରେ କୁନି କୁନି ପିଲା ଙ୍କୁ ହେଉଥିବା ଝାଡା ବାନ୍ତି ରୋଗର ନିରାକରଣ ପାଇଁ ଜଙ୍ଗଲ ରୁ ଏକ ନିର୍ଦିଷ୍ଟ ଗଛର ଚେର କୁ ଏକ ଧଳା ସୂତାରେ  ପିଲାଙ୍କ ବେକର ବାନ୍ଧି ଦେଲେ ଏହି ରୋଗ ହୋଇ ନଥାଏ ବୋଲି ମଧ୍ୟ ସେମାନେ ବିଶ୍ୱାସ କରନ୍ତି |ତେଣୁ ଏହିଭଳି ସେମାନେ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ପର ଦିନ କରିଥାନ୍ତି ବୋଲି କହିଛନ୍ତି | ତେବେ ଏ ନେଇ ସେମାନଙ୍କ ପାଖରେ ଆଜି ପର୍ଯ୍ୟନ୍ତ  ସଚେତନତା ଅଭାବ ହେଉ କିମ୍ବା ପ୍ରଶାସନ ର ଅବହେଳା ପାଇଁ ସେମାନେ ଏହି ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଚେଙ୍କ ଚିକିତ୍ସା କରାଉଛନ୍ତି। ତେଣୁ ଏହି କୁଡୁମି ସଂପ୍ରଦାୟର ଲୋକଙ୍କୁ ସଚେତନର ଆବଶ୍ୟକ।

Leave A Reply

Your email address will not be published.