ଗିନିଜ ବୁକ୍ ଅଫ୍ ୱାରଲ୍ଟ ରେକର୍ଡରେ ସ୍ଥାନ ପାଇବା ପାଇଁ CMC ଅଫିସରେ ଚାଲିଛି କସରତ୍

146

ଆଜି ଦେଶ ତଥା ବିଶ୍ୱରେ ଓଡ଼ିଶା ମାଟିର ସନ୍ତାନ ମାନେ ଓଡ଼ିଶା ପାଇଁ ବହୁ ଗର୍ବ ଓ ଗୌରବ ଆଣିଛନ୍ତି ।ଗିନିଜ ବୁକ୍ବିଶ୍ଵ ରେକର୍ଡ ଓ ପଦ୍ମଶ୍ରୀ ଭଳି ବହୁ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ଓଡ଼ିଆ ମାନେ ନିଜ ନାମରେ କରିଛନ୍ତି। ମାତ୍ର ଆଜି କଟକ ମହାନଗର ନିଗମ ତରଫରୁ ଏକ ନିଆରା ଉଦ୍ୟମ ଆରମ୍ଭ ହୋଇଯାଇଛି। ଏ ବର୍ଷ କଟକ ମହାନଗର ନିଗମ ତରଫରୁ, ବିଶ୍ଵର ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ଗିନିଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ । ଏହି ରେକର୍ଡ କରିବା ପାଇଁ 10 ମିନିଟ ମଧ୍ୟରେ 15000 କାଗଜ ଡଙ୍ଗା ନିର୍ମାଣ କରି ବିଶ୍ଵ ରେକର୍ଡ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କଟକ ମେୟର ସୁବାଷ ସିଂ। ସେଥିପାଇଁ CMC ଅଫିସରେ ଚାଲିଛି ଜୋରଦାର ପ୍ରସ୍ତୁତି। କର୍ପୋରେଟର ଠାରୁ ଆରମ୍ଭ କରି ମେୟର , ଡେପୁଟି ମେୟର କମିଶନର ପର୍ୟ୍ୟନ୍ତ ଲାଗି ପଡିଛନ୍ତି ବିଶ୍ଵ ରେକର୍ଡ କରିବା ପାଇଁ। ସମସ୍ତଙ୍କୁ ଲାଗିଛି ରେକର୍ଡ କରିବା ନିଶା। ପୁବରୁ ଓଡ଼ିଶାକୁ ବହୁ ସମ୍ମାନ ମିଳିଥିବା ବେଳେ, ଏହି ବିଶ୍ଵ ରେକର୍ଡ ଓଡ଼ିଶା ପାଇଁ ଆଣିବ ଗର୍ବ ଓ ଗୌରବ।

Leave A Reply

Your email address will not be published.