ଗିରଫ ହେଲେ ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ

219

ସାମ୍ନାକୁ ଆସିଛି ବଡ ଖବରର ବଡ ଘଟଣା । ବଡ ଖବର ଚ୍ୟାନେଲ ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ । ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ଠଖେଇ ମାମଲାକୁ ନେଇ ଦିଲ୍ଲୀର ସଲ୍ୟୁସନ ବ୍ରୋଡକାଷ୍ଟ ସଂସ୍ଥା ଇଓଡବ୍ଳ୍ୟୁ ରେ ଅଭିଯୋଗ କରିଥିଲା । ସୂଚନା ଅନୁସାରେ ଗତକାଲି ବଡ ଖବର ଅଫିସରେ ମାରାଥନ ରେଡ୍ କରିଥିଲା ଇଓଡବ୍ଳ୍ୟୁ । ୬ ଜଣିଆ ଟିମ୍  ନେଇ ଏହି ରେଡ ହୋଇଥିବା ବେଳେ ନୟାଗଡ ଓଡଗାଁରୁ ସମ୍ପାଦକ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରି ତାଙ୍କୁ ଜେରା କରାଯାଉଛି । ତେବେ ଅର୍ଦ୍ଧେନ୍ଦୁଙ୍କ ନା ରେ ୪ ଟି ମାମଲା ରୁଜୁ ହୋଇଛି । ଏହା ସହିତ ଅଭିଯୋଗ କାରୀ ଗଗନଦୀପ ସିଂ ଏବଂ ଦୁଇଜଣ ସାକ୍ଷୀ ମଧ୍ୟ ଗତକାଲି ଉପସ୍ଥିତ ଥିଲେ । ଅଭିଯୋଗକାରୀ ଗଗନଦୀପ ଦେଇଥିବା ସମସ୍ତ ଜୀନିଷ ବଡ ଖବର ଅଫିସ ରେ ଲାଗିଛି କି ନାହିଁ ତାହା ଇଓଡବ୍ଳ୍ୟୁ ଯାଂଚସ କରିଥିଲା । ଯାଂଚ ପରେ ଜଣା ପଡିଥିଲା କି ଗଗନଦୀପ ସିଂ ଦେଇଥିବା ସମସ୍ତ ଇକ୍ୟୁପ ବଡ ଖବର ଅଫିସ ରେ ଲାଗିଛି । ଏହାକୁ ପାଇବା ପରେ କାଉଁ କାଉଁ ସାମଗ୍ରୀ ବ୍ୟବହାର ହୋଇଛି ଇଓଡବ୍ଳ୍ୟୁ ତାକୁ ନେଇ ଏକ ଲିଷ୍ଟ ପ୍ରସ୍ତୁତ କରିଥିଲା ।
ସୂଚନା ମୁତାବକ ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଥିବା ବେଳେ ଏ ବାବଦରେ ଖୋଳତାଡ କରିବା ପାଇଁ ଅର୍ଦ୍ଧେନ୍‌ଦୁଙ୍କୁ ନୋଟିସ ପଠାଇଥିଲା ଇଓଡବ୍ଳ୍ୟୁ । ନୋଟିସ ପରେ ମଧ୍ୟ ଅର୍ଦ୍ଧେନ୍ଦୁ ହାଜର ଙାଜର ହୋଇନଥିଲେ । ଯାହାକୁ ନେଇ ଗତ ମଙ୍ଗଳବାର ଜାଗମରାରେ ଥିବା ଅର୍ଦ୍ଧେନ୍ଦୁଙ୍କ ଘରେ ରେଡ କରିଥିଲା ଇଓଡବ୍ଳ୍ୟୁ । ଗତକାଲି ତାଙ୍କୁ ଗିରଫ କ୍ରାଯାଇଛି ।

Leave A Reply

Your email address will not be published.