ଘରକୁ ଆସ, ଏକାଠି ବସି ବିବାଦର ସମାଧାନ କରିବା’

186

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଓଲିଉଡରେ ·ଲିଥିବା
ବିବାଦ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି
ଅଭିନେତା ଅରିନ୍ଦମ ରାୟ । ବିବାଦର ସମାଧାନ ପାଇଁ
ସେ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି । ସେ
କହିଛନ୍ତି, ଘର ଭିତରେ ଥିବା ବିବାଦର ସମାଧାନ
ଘରେ କରିବା । ଆମ ଘର କଥାରେ ରାଜନୀତିର
କୌଣସି ସ୍ଥାନ ନାହିଁ । ସାମାନ୍ୟ କଳିକୁ ନେଇ ଅଲଗା
ହେବା ଅନୁଚିତ । ସାନ ଭାଇ ଭାବେ ଅନୁରୋଧ
କରୁଛି ଭାଇ ଆସନ୍ତୁ ବସି ସମାଧାନ କରିବା । ସେ
ଆହୁରି ମଧ୍ୟ କହିଛନ୍ତି, ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ
ଆଗକୁ ନେବାକୁ ·ହାନ୍ତି, ମୁଁ ମଧ୍ୟ ·ହୁଁଛି । ଇଣ୍ଡଷ୍ଟ୍ରି
ପାଇଁ ଭଲ ସମୟ ଆସିଛି । ଭଲ ନିର୍ମାତା ଆସିଛନ୍ତି,
ଆସନ୍ତୁ ଆଗକୁ ନେବା । ଟିଭି ଖୋଲିଲେ ଏହି ବିବାଦ
କାନରେ ବାଜୁଛି, ଭଲ ଲାଗୁନି, କଷ୍ଟ ଲାଗୁଛି ବୋଲି
ଅରିନ୍ଦମ କହିଛନ୍ତି । ସୂଚନାଯୋଗ୍ୟ, ଦଶହରାରେ
ଅରିନ୍ଦମଙ୍କ ଅଭିନୀତ ଫିଲ୍ମ “ରାମ’ ରିଲିଜ
ହୋଇଥିଲା । ଉକ୍ତ ଫିଲ୍ମକୁ ସମ୍ବଲପୁରରେ ରିଲିଜ
କରାଇ ଦିଆଯାଇ ନ ଥିଲା । ଯେଉଁଥିପାଇଁ ଅଭିନେତା
ମନୋଜ ମିଶ୍ରଙ୍କ ପାଇଁ ପଶ୍ଚିମ ଓଡ଼ିଶାରେ ଫିଲ୍ମ ବୟକଟ
କରାଯାଇଥିବା ଅଭିଯୋଗ ହୋଇଥିଲା । ଫଳରେ
ମନୋଜଙ୍କୁ ଦୁଇବର୍ଷ ପାଇଁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରୁ
ବାସନ୍ଦ କରାଯାଇଥିଲା । ଏହା ପରେ ବିବାଦ ବଢ଼ିଛି

Leave A Reply

Your email address will not be published.