ଘାଟିରୁ ଓଲଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

664

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଏକ ବିପଦପୂର୍ଣ୍ଣ ଓ ବୁଲାଣିଆ ଘାଟି ରାସ୍ତାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଗତକାଲି ସଂଧ୍ୟାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଟ୍ରକ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ । ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଠାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ(ଓଡି୪ଏନ୦୬୦୦) ଗତକାଲି ସଂଧ୍ୟାରେ ମଣ୍ଡଳସାହି ଯାଉଥିଲା । ମଣ୍ଡଳସାହି ଗ୍ରାମ ପୁର୍ବରୁ ରହିଥିବା ଘାଟିକୁ ଟ୍ରକ ଅତିକ୍ରମ ନ କରି ପାରିବାରୁ ସେଠାରୁ ଫେରି ଆସୁଥିବା ବେଳେ ରାୟଗଡ ବ୍ଲକର ଏସ.କରଡାସିଂ ପଞ୍ଚାୟତ ନିକଟରେ ଥିବା ଅନ୍ଧାରୀଗୁମ୍ମା ଉଠାଣିଆ ଓ ବୁଲାଣିଆ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହା ଦ୍ୱାରା ଟ୍ରକରେ ଥିବା ସମସ୍ତ ସିମେଣ୍ଟ ରାସ୍ତାରେ ବିଛୁରିତ ହୋଇ ପଡିଥିଲା । ଏହି ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ । ଅଞ୍ଚଳବାସୀ ଏମାନଙ୍କୁ ଉଦ୍ଧାର କରିଥିଲେ । ରାୟଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଏ ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.