ଚତୁର୍ଥ ଥର ଛାଡପତ୍ର ଦେବେ ରୁପର୍ଟ ମର୍ଡକ

622

ୱାଶିଂଟନ , ୨୩/୦୬: ଅଷ୍ଟ୍ରେଲୀୟ-ଆମେରିକୀୟ ବ୍ୟବସାୟ ଆଇକନ ଏବଂ ମିଡିଆ ମୋଗଲ୍ ଭାବରେ ଜଣାଶୁଣା ରୁପର୍ଟ ମର୍ଡକ ପୁଣି ଥରେ ଛାଡପତ୍ର ହେବାକୁ ଯାଉଛନ୍ତି । ଛଅ ବର୍ଷ ପୂର୍ବେ ମର୍ଡକ ଚତୁର୍ଥ ଥର ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ‘ଦି ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଖବର ଅନୁଯାୟୀ, ୯୧ ବର୍ଷିୟ ମିଡିଆ ଟାଇକନ୍ ରୁପର୍ଟ ମର୍ଡକ ମଡେଲ ଅଭିନେତା ପତ୍ନୀ ଜେରୀ ହଲଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ୬ ବର୍ଷର ବିବାହ ପୂର୍ଣ୍ଣଛେଦ ପକାଇବାକୁ ଯାଉଛନ୍ତି ଏବଂ ଶୀଘ୍ର ଛାଡପତ୍ର ପାଇଁ ଆବେଦନ କରିବେ । ୯୧ ବର୍ଷିୟ ମିଡିଆ ମୋଗଲ ରୁପର୍ଟ ମର୍ଡକ ୨୦୧୬ ରେ ୬୫ ବର୍ଷ ବୟସ୍କା ମଡେଲକୁ ବିବାହ କରିଥିଲେ।

ଏହା ରୁପର୍ଟ ମର୍ଡକଙ୍କ ଚତୁର୍ଥ ବିବାହ ଥିଲା । ତାଙ୍କର ପ୍ରଥମ ବିବାହ ୧୯୫୬ ରୁ ୧୯୬୭ ପର୍ଯ୍ୟନ୍ତ ଚାଲିଥିବା ପାଟ୍ରିସିଆ ବୁକର୍ ସହିତ ହୋଇଥିଲା । ଏହାର ମର୍ଡକଙ୍କର ଦ୍ୱିତୀୟ ବିବାହ ଆନ୍ନା ମାରିଆ ଟର୍ଭଙ୍କ ସହିତ ହୋଇଥିଲା, ଯାହା ୧୯୬୭ ରୁ ୧୯୯୯ ପର୍ଯ୍ୟନ୍ତ ଚାଲିଥିଲା । ମିଡିଆ ମୋଗଲ ୧୯୯୯ ରେ ତୃତୀୟ ଥର ପାଇଁ ୱେଣ୍ଡି ଡେଙ୍ଗଙ୍କୁ ବିବାହ କରିଥିଲେ, ଯାହାକି ୨୦୧୩ ପର୍ଯ୍ୟନ୍ତ ଚାଲିଥିଲା। ରୁପର୍ଟ ମର୍ଡକ ୨୦୧୬ ରେ ଜେରୀ ହଲଙ୍କୁ ବିବାହ କରିଥିଲେ ଯିଏକି ‘ବ୍ୟାଟମ୍ୟାନ୍’ ଏବଂ ‘ଗ୍ରାଜୁଏଟ୍’ ପରି ହଲିଉଡ ଫିଲ୍ମରେ କାମ କରିଥିଲେ ।

Leave A Reply

Your email address will not be published.