ଛତିଶଗଡ଼ ନିର୍ବାଚନ : ସରିଲା ପ୍ରଚାର ନିର୍ଣ୍ଣାୟକ ଭୂମିକାରେ ଓଡ଼ିଶା ଭୋଟର
ନୂଆଦିଲ୍ଲୀ,୫ା୧୧: ଚଳିତ ମାସ ୭ ଓ୧୭ ତାରିଖରେ ଛତିଶଗଡ଼ରେ ଦୁଇଟିପର୍ଯ୍ୟାୟରେ ୯୦ଟି ବିଧାନସଭା ଆସନପାଇଁ ନିର୍ବାଚନ ହେବ । ଏଥିରେ ୧୧୮୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୭ ତାରିଖଦିନ ୨୦ଟି ଆସନ ପାଇଁ ୨୨୩ ପ୍ରାର୍ଥୀଙ୍କଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।ସେଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟଶେଷ ହୋଇଛି । ଶେଷ ଦିନରେଜୋରଦାର ଥିଲା ପ୍ରଚାର ମାହୋଲ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥମାଓପ୍ରବଣ ସୁକ୍ମା ଓ ବସ୍ତର ଜିଲ୍ଲାରଦୁଇଟି ନିର୍ବାଚନୀ ସଭାରେ ଯୋଗଦେଇପ୍ରଚାର କରିଥିଲେ । ଏହା ପୂର୍ବରୁ ସୁକ୍ମାଜିଲ୍ଲା ସମେତ ବସ୍ତର ଅଞ୍ଚଳରେ କଂଗ୍ରେସଅଧ୍ୟକ୍ଷ ମଲ୍ଲାକାର୍ଜୁନ ଖଡ଼୍ଗେ, ରାହୁଲ ଗାନ୍ଧୀଓ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ ଅମୀତ ଶାହା ପ୍ରଚାରକରିସାରିଛନ୍ତି । ତେବେ ଛତିଶଗଡ଼ନିର୍ବାଚନରେ ଓଡ଼ିଆ ଭୋଟରଙ୍କ ଭୂମିକାବେଶ୍ ଗୁରୁତ୍ୱ ବହନ କରୁଛି । ଛତିଶଗଡ଼ରସୁକ୍ମା, ଜଗଦଲପୁର, ବସ୍ତର, କୋଣ୍ଡାଗାଁ,ଚିତ୍ରକୋଟ, କଣ୍ଟା, ଦାନ୍ତେୱାଡ଼ାନିର୍ବାଚନମଣ୍ଡଳି ଓଡ଼ିଶା ସୀମାକୁ ଲାଗିଛି ।ବସ୍ତର, ଜଗଦଲପୁର, କୋଣ୍ଡାଗାଁବିଧାନସଭା କ୍ଷେତ୍ର ନବରଙ୍ଗପୁର ଜିଲ୍ଲାସୀମାକୁ ଲାଗିଥିବା ବେଳେ ସୁକ୍ମା, କଣ୍ଟାଓ ଦାନ୍ତେୱେଡ଼ା ନିର୍ବାଚନମଣ୍ଡଳୀମାଲକାନଗିରି ଜିଲ୍ଲାକୁ ଲାଗିଛି । ଓଡ଼ିଶାକୁଲାଗି ରହିଥିବା ଏହି ବିଧାନସଭା ଅଞ୍ଚଳରେଏକ ଲକ୍ଷରୁ ଊଦ୍ଧ୍ୱର୍ ଓଡ଼ିଆ ଭୋଟରରହୁଛନ୍ତି । ତେଣୁ ସେମାନଙ୍କୁ ଆକ୍ରୃଷ୍ଟକରିବା ପାଇଁ ଛତିଶଗଡ଼ ରାଜ୍ୟ ବିଜେପିଓ କଂଗ୍ରେସ ଏହି ଦୁଇ ଦଳ ଓଡ଼ିଶାନେତାଙ୍କୁ ପ୍ରଚାର ଦାୟିତ୍ୱ ଦେଇଛି ଓସେମାନେ ସେଠାରେ ଯାଇ ପ୍ରଚାରକୁଜୋରଦାର କରିଛନ୍ତି । ଏହା ପୂର୍ବରୁଛତିଶଗଡ଼ରେ ମାଓ ହିଂସା ଦେଖିବାକୁମିଳିଛି । ନିର୍ବାଚନ ପ୍ରଚାରବେଳେ ନାରାୟଣପୁର ଜିଲ୍ଲାରେକୌଶଳନଗରରେ ମାଓବାଦୀମାନେବିଜେପି ନେତା ରତନ ଦୁବେଙ୍କୁ ହତ୍ୟାକରିଛନ୍ତି । ଏଥିସହିତ କାଙ୍କେର ଜିଲ୍ଲାଅଞ୍ଚଳରେ ବିଏସ୍ଏଫ୍ ଏବଂ ମାଓବାଦୀମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେଗୁଳି ବିନିମୟ ହେବା ସହିତ ବହୁ ନକ୍ସଲକ୍ୟାମ୍ପକୁ ଧ୍ୱଂସ କରିଦେଇଛନ୍ତିସୁରକ୍ଷାକର୍ମୀ । ତେଣୁ ସୁରକ୍ଷା ବ୍ୟବସ୍ଥାକୁକଡ଼ାକଡ଼ି କରିଛି ପ୍ରଶାସନ