ଜିଲ୍ଲାସ୍ତରୀୟ ଶିକ୍ଷା ସଚେତନତା ରଥର ଶୁଭ ଉନ୍ମୋଚନ

75

ଅନୁଗୋଳ,: ସ୍ଥାନୀୟ ସଭାଘର, ଅନୁଗୋଳ ପରିସରରେ ଜିଲ୍ଲାରେ ଆସନ୍ତା ତା ୦୨.୦୪.୨୦୨୫ ରିଖରୁ ତା ୦୫.୦୪.୨୦୨୫ରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ନିମନ୍ତେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ମାନ୍ୟବର ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ମାନ୍ୟବର ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସମଗ୍ର ଶିକ୍ଷା ଅବଦଲ ମୂହମ୍ମଦ ଅଖତରଙ୍କ ଦ୍ୱାରା ପତାକା ଦେଖାଇ ଶୁଭ ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବରେ ଜିଲ୍ଲାଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଶ୍ରେଣୀ ଖୋଲିବା ସହ ପ୍ରାକ ପ୍ରାଥମିକ ଶିକ୍ଷା ପାଇଁ ୫ ରୁ ୬ ବର୍ଷ ବୟସର ପିଲାମାନେ ଶିଶୁ ବାଟିକା ଶ୍ରେଣୀରେ ନାମ ଲେଖାଇବେ ଏବଂ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଯେଉଁ ପିଲାମାନଙ୍କର ବୟସ ୬ ବର୍ଷକିମ୍ବା ତଦୁର୍ଦ୍ଧ ହୋଇଥିବ ସେମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରବେଶ ଉତ୍ସବକୁ ଏକ ଗଣ ଅଭିଯାନ ଭାବେ ଅଧିକ ସ୍ମରଣୀୟ ଓ ସଫଳ କରିବା ପାଇଁ ଜିଲ୍ଲା ତରଫରୁ ସମସ୍ତଙ୍କୁ ଯୋଡିବା ପାଇଁ ପ୍ରୟାସ କରାଯାଉଅଛି । ସର୍ବସାଧାରଣଙ୍କ ସଚେତନତା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକରେ ଶିକ୍ଷା ସଚେତନତା ରଥ ଭ୍ରମଣ କରି ପ୍ରଚାର ନିମନ୍ତେ ବିଦ୍ଧିବଦ୍ଧ ବ୍ୟବସ୍ଥା କରାଯାଇଛି । ଏହି ରଥ ଜିଲ୍ଲାର ପ୍ରତିଟି ଗ୍ରାମ, ଗ୍ରାମପଞ୍ଚାୟତ, ବ୍ଲକ ସଦରମହକୁମା ଇତ୍ୟାଦିରେ ଶିକ୍ଷା ସଚତନତା ବାର୍ତ୍ତା ପହଞ୍ଚାଇବ । ଏହି ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟଗୁଡିକରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କାରାଯିବା ସହ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ସୁନିଶ୍ଚିତ କରାଯିବ । ଉନ୍ମୋଚନ ଉପରାନ୍ତେ ଶିକ୍ଷା ସଚେତନତା ରଥଗୁଡିକ ଅନୁଗୋଳ ସହରରେ ଶୋଭାଯାତ୍ରା ମାଧ୍ୟମରେ ପରିକ୍ରମା କରଯାଇ ବ୍ଲକ ଗୁଡିକୁ ପ୍ରେରଣ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜିଲା ଶିକ୍ଷା ତଥା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଜନସାଧାରଣ ତଥା ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରଯାଇଥିଲା ।

Leave A Reply

Your email address will not be published.