ଟଙ୍କା ଲୋଭରେ ଝିଅକୁ ବିକ୍ରି ଅଭିଯୋଗ

169

ବଲାଙ୍ଗିର, ୧୪ ଜୁଲାଇ – ବେଲପଡ଼ା ଥାନା ମଣ୍ଡଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବାପା ନିଜ ଝିଅକୁ ଟଙ୍କା ପାଇଁ ତିରପୁର ଅଞ୍ଚଳର ୨ ଜଣ ଦଲାଲଙ୍କ ନିକଟରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବେଲପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ବେଲପଡା ଥାନା ମଣ୍ଡଳ ଗାଁର ଜଣେ ଦାଦନ ଦଲାଲ ସର୍ଦାର ନୀରନ ବାଗକୁ ବଇନା ଦେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିଲା । ସେଠାରେ ନୀରନ ନିଜ ପରିବାର ସହ ୩ରୁ ୪ ବର୍ଷ ରହିଲା ପରେ କିଛିଦିନ ହେବ ଗାଁକୁ ଫେରିଥିଲେ । ସାଙ୍ଗରେ ୨ ଜଣ ଅଣଓଡିଆ ଲୋକେ ମଧ୍ୟ ଆସିଥିଲେ । ଗାଁରେ ସମସ୍ତେ କିଛିଦିନ ରହିବା ପରେ ଝିଅକୁ ଅଣଓଡ଼ିଆମାନେ ନିଜ ସାଥୀରେ ତିରପୁର ନେଇଯିବାକୁ ଯୋଜନା କରୁଥିବା ଗାଁର କିଛି ଲୋକ ଖବର ପାଇଥିଲେ । ଏହି ଖବର ଗାଁରେ ପ୍ରଚାର ହେବା ପରେ ପୋଲିସ ପାଖରେ ଖବର ପହଞ୍ଚିଲା ।ଏହାପରେ ଗାଁରେ ପୁଲିସ ମା’, ବାପା, ଝିଅ ଏବଂ ୨ ଜଣ ଅଣଓଡିଆଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନଥିବା ବେଳେ ସମସ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ପୁଲିସର କାର୍ଯ୍ୟନୁଷ୍ଠାନକୁ ଅପେକ୍ଷା କରାଯାଇଛି।

Leave A Reply

Your email address will not be published.