ଟ୍ୱିଟରକୁ ଟକ୍କର ଦେବାକୁ ରେଡି ହେଉଛନ୍ତି ଏଲନ୍ ମସ୍କ

193

ଡୁମାଣୀ ଟିଭି ,୨୮/୩ : ଟେସ୍ଲାର ମାଲିକ ଏଲନ୍ ମସ୍କ ଏବେ ଏକ ବଡ଼ ଘୋଷଣା କରିଛନ୍ତି। ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ମସ୍କ ଏବେ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏ ନେଇ ସେ ଟ୍ଵିଟରରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ଫେସ୍ବୁକ ଓ ଟ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବା ପରେ ବି ଏଲନ୍ ମସ୍କ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ବିଷୟରେ କ’ଣ ଚିନ୍ତା କରୁଛନ୍ତି ଆସନ୍ତୁ ଜାଣିବା

ଏଲନ୍ ମସ୍କ ଟ୍ଵିଟରରେ ପୁଣେର ଇଞ୍ଜିନିୟର ପ୍ରଣୟ ପାଥୋଲେଙ୍କର ଏକ ଟ୍ଵିଟ୍ର ଜବାବ ଦେଇ ହିଣ୍ଟ ଦେଇଛନ୍ତି ଯେ ସେ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିବାକୁ ଭାବୁଛନ୍ତି। ଏଥିସହ ସେ କହିଛନ୍ତି, ସୋସିଆଲ ମିଡିଆରେ ବିନା ପ୍ରଚାରରେ କଥା କହିବାକୁ ସ୍ୱାଧୀନତା ମିଳିବ। ଏଲନ୍ ମସ୍କଙ୍କର ଏହି ଟ୍ଵିଟ୍କୁ ନେଇ ଲୋକମାନେ ବି ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି।
ଟ୍ଵିଟରରେ ଜଣେ ବ୍ୟକ୍ତି ଏଲନ୍ ମସ୍କକୁ ପ୍ରଶ୍ନ କରିଥିଲେ ଯେ ସେ କ’ଣ ନୂଆ ସୋସିଆଲ ମିଡିଆ ପ୍ଲାଟଫର୍ମ ତିଆରି କରିବାକୁ ଚିନ୍ତା କରୁଛନ୍ତି କି? ଯାହା ଆପଣଙ୍କୁ ସ୍ୱାଧୀନ ଭାବେ କଥା କହିବାକୁ ସୁଯୋଗ ଦେବ। ମୁଁ ଭାବୁଛି ଏଭଳି ପ୍ଲାଟଫର୍ମର ଆବଶ୍ୟକତା ରହିଛି। ଏହାର ଜବାବରେ ଏଲନ୍ ମସ୍କ କହିଥିଲେ- ଏହି ପରମ୍ପରା ଉପରେ ବିଚାର କରୁଛି। ଏଲନ୍ ମସ୍କଙ୍କର ଏହି ଜବାବରୁ ଲାଗୁଛି ଯେମିତି ସେ ଖୁବ୍ ଶୀଘ୍ର ନିଜର ସୋସିଆଲ ମିଡିଆ ଲଞ୍ଚ୍ କରିବେ।

ଟ୍ୱିଟରକୁ ଟକ୍କର ଦେବାକୁ ରେଡି ହେଉଛନ୍ତି ଏଲନ୍ ମସ୍କ
Leave A Reply

Your email address will not be published.