ଡ୍ରଗ୍ସ ଲିଙ୍କରେ ବଲିଉଡର ଆଗଧାଡ଼ିର ନାୟିକା ଦୀପିକା ପାଦୁକୋନ୍ : ଭାଇରାଲ୍ ହେଉଛି ହ୍ୱାଟସଆପ୍ ଚାଟ୍; ଟାଲେଂଟ ମ୍ୟାନେଜର କରିସ୍ମାଙ୍କ ସହ ଡ୍ରଗ୍ସ ଚାଟ୍ କରୁଥିଲେ ଦୀପିକା

657

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଛାନଭିନ ଭିତରେ ବଲିଉଡର ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଛି । କେଉଁ କଳାକାରମାନେ ଏହି କାରବାରରେ ସଂପୃକ୍ତ ସେମାନଙ୍କ ବିରୋଧରେ ତଦନ୍ତକୁ ଗତିଶୀଳ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଯାଂଚରୁ ବଲିଉଡର ଏକାଧିକ ବଡ ନାଁ ସାମ୍ନାକୁ ଆସିଥିବାବେଳେ, ଧିରେଧିରେ ଆହୁରି କିଛି ପ୍ରତିଷ୍ଠିତ କଳାକାରଙ୍କ ଚେହେରା ଉପରୁ ପରଦା ହଟିବା ଅନୁମାନ କରାଯାଉଛି । ଶ୍ରଦ୍ଧା କାପୁର, ସାରା ଅଲି ଖାନ ଓ ରକୁଲ ପ୍ରିତ ସିଂଙ୍କ ଭଳି ନବାଗତା ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ଏବେ ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ଏଥିରେ ସାମିଲ ହୋଇସାରିଛି । ଖୁବଶୀଘ୍ର ତାଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାଜର ହେବା ପାଇଁ ସମନ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।କୁହାଯାଉଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋକୁ ଛାନଭିନ ବେଳେ କେତେକ ଡ୍ରଗ୍ସ ଚାଟରୁ ବଲିଉଡର ବଡବଡ ଅଭିନେତ୍ରୀଙ୍କ ନାଁର ପ୍ରଥମ ଅକ୍ଷର ମିଳିଥିଲା । ଏହାକୁ ଡି-କୋଡ୍ କରିବା ପରେ କିଛି ଚେହେରା ସାମ୍ନାକୁ ଆସିଛି । ଏନସିବିକୁ ମିଳିଥିବା ବଲିଉଡ ଅଭିନେତ୍ରୀଙ୍କ ନାଁର ପ୍ରଥମ ଅକ୍ଷର ଗୁଡିକ ହେଲା ଡି, ଏନ, ଏସ ଏବଂ କେ । କୁହାଯାଉଛି ଡି- ଅର୍ଥାତ ଦୀପିକା ପାଦୁକୋନ୍ । ଏନ- ଅର୍ଥାତ ନମ୍ରତା ଶିରୋଦକର । ଏସ- ଅର୍ଥାତ ଶ୍ରଦ୍ଧା କାପୁର । ଏବଂ କେ- ଅର୍ଥାତ କରିଶ୍ମା ପ୍ରକାଶ । ଏହି କରିଶ୍ମା ହେଉଛନ୍ତି କନ- କେଡବ୍ଲୁଏଏନ ମ୍ୟାନେଜମେଂଟ କମ୍ପାନିର ଟ୍ୟାଲେଂଟ ମ୍ୟାନେଜର । ଯିଏ ଦୀପିକା ପାଦୁକୋନଙ୍କ ଟ୍ୟାଲେଂଟ ମ୍ୟାନେଜର ଅଛନ୍ତି ।

Content Copy @ Kanak News

Leave A Reply

Your email address will not be published.