ଅନୁଗୁଳ,: ଜିଲ୍ଲାର ତାଳଚେର ଅଞ୍ଚଳରେ ମହାନଦୀ କୋଲ ଫିଲ୍ଡ ଲିମିଟେଡର ଅନେକ କୋଇଲା ଖଣି ଅବସ୍ଥିତ । ଓଡ଼ିଶାରୁ ପର୍ଯ୍ୟାପ୍ତ ପରିମାଣର କୋଇଲା ଏଠାରୁ ଉତ୍ପାଦନ ଓ ପରିବହନ ହୋଇ ସରକାରଙ୍କୁ ସିଂହଭାଗ ରାଜସ୍ୱ ମିଳେ । ଏହା କେବଳ କୋଇଲା ଖଣିରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଯୋଗୁଁ ସମ୍ଭବ ହୋଇଥାଏ । ତେବେ ସେବାରେ ନିୟୋଜିତ ଡାକ୍ତରମାନଙ୍କ ମନମୁଖୀ କାର୍ଯ୍ୟ ସମସ୍ତଙ୍କୁ ଅତିଷ୍ଠ କଲାଣି ଏବଂ ଅଭିଯୋଗ ହୁଏ ଯେ, ଡାକ୍ତରମାନେ ମନଇଚ୍ଛା ଡାକ୍ତରଖାନାକୁ ଆସି ଡ୍ୟୁଟି ମଧ୍ୟ ଠିକ୍ ରୂପେ କରୁନାହାନ୍ତି ଓ ଔଷଧ ମଧ୍ୟ ମିଳୁନାହିଁ । କାରଣ ସେମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବାରେ ଅବହେଳା ତଥା ଶ୍ରମିକଙ୍କୁ ଡାକ୍ତରମାନଙ୍କ ଦୁର୍ବ୍ୟବହାର ପାଇଁ ସମଗ୍ର ଅଞ୍ଚଳରେ ଅସନ୍ତୋଷ ବ୍ୟାପିବାରେ ଲାଗିଲାଣି । ଏପରି ଅଭିଯୋଗ ଆଣିଛନ୍ତି ତାଳଚେର କୋଇଲା ଖଣି ମଜଦୂର ସଂଘ । ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ କୋଇଲା ଖଣି ମଜଦୂର ସଂଘର କାର୍ଯ୍ୟକାରୀ ଅଧ୍ୟକ୍ଷ ରଞ୍ଜନ ବେହେରା ଏବଂ ତାଳଚେର କୋଇଲା ଖଣି ମଜଦୂର ସଂଘର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସଂଘର ଶତାଧିକ ସଦସ୍ୟ, ସଦସ୍ୟା ସମ୍ମିଳିତ ହୋଇ ଆଠ ଦଫା ଦାବି ନେଇ ଗଣ ଧାରଣା ଦେଇଛନ୍ତି । ଏମସିଏଲ୍ ଜଗନ୍ନାଥ କ୍ଷେତ୍ର ମହା ପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସାମନାରେ ଗଣ ଧାରଣା ଦିଆଯାଇ ଏହାର ଆଶୁ ସମାଧାନ ପାଇଁ ଦାବି କରାଯାଇଛି । ଧାରଣା ପ୍ରଦର୍ଶନରେ ରଞ୍ଜନ ବେହେରା, କିଶୋର ଚନ୍ଦ୍ର ପ୍ରଧାନଙ୍କ ସହିତ ତାଳଚେର କୋଇଲା ଖଣି ମଜଦୂର ସଂଘ ର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ମହାନ୍ତି, ଉପାଧ୍ୟକ୍ଷ ସଂଜିତ୍ ମହାପାତ୍ର, ଉପ ମହାସଚିବ ଅଜୟ ସାହୁ, କୋଷାଧ୍ୟକ୍ଷ ଅଜୟ ପାଢୀ, କାର୍ଯ୍ୟାଳୟ ସଚିବ ସୌଭାଗ୍ୟ କୁମାର ଦାଶ, ଉପାଧ୍ୟକ୍ଷ ବିଶ୍ୱନାଥ ବେହେରା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପ୍ରଧାନ, ସଂଗଠନ ସଚିବ ଶରତ ବିଶ୍ୱାଳ, ଉପାଧ୍ୟକ୍ଷ ସରୋଜ ପ୍ରଧାନ, ସଚିବ ଅଜିତ ସାମଲ ପ୍ରମୁଖ ଯୋଗ ଦେଇ ଶତାଧିକ ବିଏମସ କର୍ମୀଙ୍କ ସଂଗଠନ ମଜଦୁର ପରାକାଷ୍ଠା ଦେଖାଇ ଥିଲେ । ଏହି ଧାରଣା ପ୍ରଦର୍ଶନରେ ଭାରତ ମାତା କି ଜୟ ନାରରେ ଧ୍ୱନୀରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ।
Sign in
Sign in
Recover your password.
A password will be e-mailed to you.