ତିହିଡ଼ି ମହୋତ୍ସବ ତୃତୀୟ ସନ୍ଧ୍ୟା: ଓଡ଼ିଶାର ସାଂସ୍କୃତିକ ମାନଚିତ୍ର: ମନ୍ତ୍ରୀ

Tihidi Festival Third Evening: Cultural Map of Odisha: Minister

90

ତିହିଡ଼ି, : ଭଦ୍ରକ ଜିଲ୍ଲା ତିହିଡ଼ି ମହୋତ୍ସବର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମହୋତ୍ସବ କମିଟି ସଭାପତି ଶିକ୍ଷାବିତ୍ ସୋମନାଥ ପାଢ଼ୀଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ତିହିଡ଼ି, ଓଡ଼ିଶାର ସାଂସ୍କୃତିକ ମାନଚିତ୍ର ବୋଲି କହିଥିବା ବେଳେ ତିହିଡ଼ି ବିକଶିତ ହେଲେ ଭଦ୍ରକ ବିକଶିତ ହେବ, ଭଦ୍ରକ ବିକଶିତ ହେଲେ ଓଡ଼ିଶା ବିକଶିତ ହେବ ବୋଲି କହିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ସେନା ଅଧିକାରୀ, କୃଷକ, ଶବବାହକମାନଙ୍କୁ ମନ୍ତ୍ରୀ ଶ୍ରୀମାନ ସୂରଜ ସମ୍ବର୍ଦ୍ଧିତ କରିଥିଲେ । ଯୁବ ଗାଳ୍ପିକ ମନୋଜ ପାଣିଗ୍ରହୀ ମଞ୍ଚ ସଂଚାଳନ କରିଥିବା ବେଳେ ଯଯାତିକେଶରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହୋତ୍ସବ କମିଟି ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ଡ. ଲକ୍ଷ୍ମୀଧର ତ୍ରିପାଠୀ, ସମାଜସେବୀ ଧୀରେନ୍ଦ୍ର ସାହୁ, ଗିରିଜାରମଣ ଜେନା, ଅମର ଜେନା, ପ୍ରଭାତ ଜେନା, ମନୋଜ ସେନାପତି, ପ୍ରିୟବ୍ରତ ପାଢ଼ୀ, ମୃତ୍ୟୁଞ୍ଜୟ ଦାସ, ଡ. ଅମୂଲ୍ୟ ସେନାପତି, ସଂଜୟ କୁମାର ଦାସ, ଦୟାନିଧି ସାହୁ, ବିସ୍ମୟ ବିହାରୀ ସାହୁ, ଜୟକୃଷ୍ଣ ସେଠୀ, ପ୍ରଶାନ୍ତ ବଳ ପ୍ରମୁଖଙ୍କ ସମେତ ମହୋତ୍ସବ କମିଟି, ଶ୍ୟାମାକ୍ଳବ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସଦସ୍ୟମାନେ ଉଦ୍‌ଘାଟନ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.