ଦଣ୍ଡନାଚରେ ସାମାଜିକ ନାଟକ ବନ୍ଦ କରିବା ମହାସଂଘ ନିଷ୍ପତିକୁ ବିରୋଧ କଲେ ବହୁ ଦଣ୍ଡ ନାଚ ପାର୍ଟି

Many Dandanach parties protest against the Mahasangh's decision to stop social drama in Dandanach

87

ଗଞ୍ଜାମ/ବୁଗୁଡ଼ା (ସ୍ବ.ପ୍ର) ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଲୋକ ନୃତ୍ୟ ଦଣ୍ଡନାଚ କୁ ନେଇ ପୁଣି ତେଜିଛି ବିବାଦ l ୨୦୨୬ ଠାରୁ ଦଣ୍ଡ ନାଚରେ ସାମାଜିକ ନାଟକ ପରିବେଷଣ ଉପରେ ଦଣ୍ଡନାଚ ମହାସଂଘ ରୋକ ଲଗାଇଥିବା ବେଳେ ଏହାକୁ ବିରୋଧ କରି ଅଗଷ୍ଟ ୩ ତାରିଖ ଦିନ ଗଞ୍ଜାମ ଜିଲ୍ଲା ର ବହୁ ଦଣ୍ଡ ନାଚ ପାର୍ଟି ସଦସ୍ୟ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି ଅଞ୍ଚଳର ବରିଷ୍ଠ କଳାକାର ତଥା ଦକ୍ଷିଣାଞ୍ଚଳ ଜୋନ ସରପଞ୍ଚ ସଂଘ ସଭାପତି ଭବାନୀଶଙ୍କର ମଲ୍ଲିକ ଙ୍କ ଆହ୍ୱାନ କ୍ରମେ ବୁଗୁଡ଼ା ବ୍ଲକ ମା’ଶାଙ୍କୁଳାଇ ପୀଠ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମହାସଂଘ ପକ୍ଷରୁ ନିଆଯାଇଥିବା ସାମାଜିକ ନାଟକ ପରିବେଷଣ ବନ୍ଦ ନିଷ୍ପତି ବେଆଇନ l ଏହି ନିଷ୍ପତି ଅନେକ କଳାକାର ଙ୍କ ରୋଜଗାର ଛଡାଇନେବାର ସମ୍ଭବାନା ରହିଛି l ଆର୍ଟିଷ୍ଟ, ବାଦ୍ୟ ବାଦକ, ଲାଇଟ ଏଣ୍ଡ ସାଉଣ୍ଡ ଭଳି ବିଭିନ୍ନ କଳାକାର ବର୍ଷକର ରୋଜଗାର ହରାଇବେ l ତେଣୁ ସମସ୍ତ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ମହାସଂଘ ନେଇଥିବା ନିଷ୍ପତି କୁ ପରିବର୍ତ୍ତନ କରି ନାଚର ଦର ନିୟନ୍ତ୍ରଣ ଓ ଅସିଳତା ବନ୍ଦ ଉପରେ ପଦକ୍ଷେପ ନେବାକୁ ଦାବି କରାଯାଇଛି l କାର୍ଯ୍ୟକ୍ରମରେ ଦଣ୍ଡ ନାଚ ମହାସଂଘ ର ବହୁ ସଦସ୍ୟ ଙ୍କ ସମେତ ଜିଲ୍ଲା ର ପାଖାପାଖି ୩୮ ଟି ଦଣ୍ଡନାଚ ପାର୍ଟିର ସଦସ୍ୟ ମାନେ ଯୋଗ ଦେଇଥିବା ବେଳେ ଏହି ଦାବି ଉପରେ ମହାସଂଘର କମିଟି ମାନଙ୍କୁ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ଦଣ୍ଡନାଚ ମହାସଂଘ ସଦସ୍ୟ l

Leave A Reply

Your email address will not be published.