ଦୀର୍ଘ ଦୁଇବର୍ଷ ପରେ ଗଡ଼ିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି, ୧୨:୫୦ରେ ପୁରୀରେ ପହଞ୍ଚିଲା

226

ଡୁମାଣୀ ଟିଭି,୧୦/୪:ଦୀର୍ଘ ଦୁଇ ବର୍ଷ ପରେ ଆଜି ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ସମ୍ବଲପୁର ମୁଖ୍ୟ ଷ୍ଟେସନରୁ ଛାଡିଛି। କୋଭିଡ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଏହି ଟ୍ରେନଟି ବନ୍ଦ ରହିଥିଲା। ଦିଲ୍ଲୀ ଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସମ୍ବଲପୁର ସାଂସଦ ଏବଂ ବିଧାୟକ ସାକ୍ଷାତ କରିବା ପରେ ରାମ ନବମୀ ଦିନ ଏହି ଟ୍ରେନ ଚାଲିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଆଜି ଏହି ଟ୍ରେନଟି ସମ୍ବଲପୁର ଷ୍ଟେସନ ଛାଡିଥିଲା। ପ୍ରଥମ ଦିନରେ ଅନେକ ଯାତ୍ରୀ ଭୁବନେଶ୍ୱର ତଥା ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଟ୍ରେନଟି ଭୁବନେଶ୍ୱର ଦିନ ୧୧.୨୦ମିନିଟ ରେ ପହଞ୍ଚିବ ଓ ପୁରୀ ଠାରେ ଅପରାହ୍ନ ୧୨ଘ.୫୦ମି.ରେ ପହଞ୍ଚିବ । ଫେରିବା ମାର୍ଗରେ, ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ପୁରୀ ଠାରୁ ପ୍ରତ୍ୟହ ଅପରାହ୍ନ ୩ଘ.୪୫ମି.ରେ ଛାଡି ସମ୍ବଲପୁର ଠାରେ ରାତ୍ରି ୧୦ଘ.୨୦ମି.ରେ ପହଞ୍ଚିବ।
ଏହି ଟ୍ରେନ୍ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୋମୁରା, ରେଢ଼ାଖୋଲ, ବାମୁର, ବଇଣ୍ଡା, ଜରପଡା, ଅନୁଗୁଳ, ତାଳଚେର ରୋଡ୍, ମେରାମଣ୍ଡଳୀ, ଢ଼େଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବା ବେଳେ ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି |

Leave A Reply

Your email address will not be published.