ଭୁବନେଶ୍ୱର, ପତ୍ନୀକୁ ତଣ୍ଟି ଚିିପି କରିଥିଲା ହତ୍ୟା। ଆଉ ହତ୍ୟା ପରେ ହୋଇଯାଇଥିଲା ଫେରାର। ଖାଲି ସେତିକି ନୁହେଁ ଦୁଇ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଖସିଯାଉଥିଲା ମଧ୍ୟ। ହେଲେ କୁହାଯାଏ “ଚୋର ଘର ସବୁବେଳେ ଅନ୍ଧାର ନଥାଏ’। ଶେଷରେ ପୋଲିସ୍ ହାବୁଡ଼ରେ ପଡ଼ିଛି ଅଭିଯୁକ୍ତ। ଏଭଳି ଏକ ପତ୍ନୀହନ୍ତା ସ୍ୱାମୀକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ସୂଚନାଯୋଗ୍ୟ, ପୁରୁଣା ଭୁବନେଶ୍ୱର ଅଞ୍ଚଳର ସମରେନ୍ଦ୍ର ବିଶ୍ୱାଳ ପ୍ରାୟ ଦୁଇ ବର୍ଷ ତଳେ ନିଜ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରିଥିଲେ। ତାଙ୍କ ପତ୍ନୀଙ୍କ ନାଁ ନମିତା ସାହୁ, ଉଭୟ ଦ୍ୱିତୀୟ ବିବାହ କରିଥିଲେ। ପୋଲିସର କହିବା ଅନୁଯାୟୀ, ନମିତା ନିଜ ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ସମରେନ୍ଦ୍ରଙ୍କ ସହ ରହୁଥିଲେ। କିନ୍ତୁ ନମିତା, ସମରେନ୍ଦ୍ରଙ୍କ ସହ ରହିବାକୁ ବିରୋଧରେ ସମରେନ୍ଦ୍ରଙ୍କ ପୁଅ ଏବଂ ଝିଅୟ ଯାହାକୁ ନେଇ ଉଭୟଙ୍କ ମଧ୍ୟ ବହୁ ବିବାଦ ବଢିଥିଲା। ଶେଷରେ ଡିସେମ୍ବର ୧୦ ତାରିଖରେ ସମରେନ୍ଦ୍ର, ନମିତାଙ୍କ ବେକକୁ ଓଢଣୀରେ ଚିିପି ହତ୍ୟା କରିଥିଲା। ଆଉ ହତ୍ୟା ପରେ ଫେରାର ହୋଇଯାଇଥିଲେ। ତେବେ ପ୍ରାୟ ୨ ବର୍ଷ ଧରି ଛକାପଞ୍ଝା ପରେ ସମରେନ୍ଦ୍ର ବିଶ୍ୱାଳକୁ ବାଲେଶ୍ୱରରୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ସମରେନ୍ଦ୍ର ବିଶ୍ୱାଳ ଏବଂ ନମିତା ଓଲଟାଉନ ଗୋବିନ୍ଦଶ୍ୱର ଲେନ୍, କୁଞ୍ଜପାଟନା ସାହିରେ ଏକାଠି ରହୁଥିଲେ। ପୂର୍ବରୁ ବଙ୍କିମ ଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ ନମିତା ସାହୁ। ତାଙ୍କର ଦୁଇ ଝିଅ ଏବଂ ଜଣେ ପୁଅ ଥିଲେ।
Sign in
Sign in
Recover your password.
A password will be e-mailed to you.