ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପନ୍ତଙ୍କ ଟ୍ୱିଟ୍‌

156

ଋଷଭ ପନ୍ତଙ୍କ ଫ୍ୟାନ ଓ କ୍ରିକେଟ ସମର୍ଥକଙ୍କ ପାଇଁ ଖୁସି ଖବର । ସୁସ୍ଥ ହେଉଛନ୍ତି ଋଷଭ ପନ୍ତ । ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରିଷଭ ପନ୍ତଙ୍କ ଟ୍ୱିଟ୍। ଋଷଭ ପନ୍ତ ଏବେ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡିସେମ୍ବର ୩୦ ତାରିଖ ସକାଳେ ଏକ କାର ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ। ନିକଟରେ ତାଙ୍କର ଡାହାଣ ଆଣ୍ଠୁର ଏକ ସଫଳ ଅସ୍ତ୍ରୋପଚାର ହୋଇଛି | ପନ୍ତ ବର୍ତ୍ତମାନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି | ଦୁର୍ଘଟଣା ପରେ ବାମହାତୀ ବ୍ୟାଟ୍ସମ୍ୟାନ ପନ୍ତଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି | ଅସୁବିଧା ସମୟରେ ତାଙ୍କୁ ସାହାଯ୍ୟ କରିଥିବା ସେହି ସମସ୍ତ ଲୋକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ବିଶେଷକରି ଏହି ୱିକେଟ୍ କିପର ସେହି ଦୁଇ ‘ଦୂତ’ଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁମାନେ ଦୁର୍ଘଟଣା ସମୟରେ ଠିକ୍ ସମୟରେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ଡାକ୍ତରଖାନା ଭିତରୁ ନିଜ ମା’ଙ୍କ ସହ ଦୁଇ ଯୁବକଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ‘ମୁଁ ହୁଏତ ସମସ୍ତଙ୍କୁ ବ୍ୟକ୍ତିଗତ ଭାବରେ ଧନ୍ୟବାଦ ଦେଇ ପାରିବି ନାହିଁ, କିନ୍ତୁ ମୋତେ ଏହି ଦୁଇ ହିରୋଙ୍କୁ ଧନ୍ୟବାଦ ଦେବାକୁ ପଡିବ। ଯେଉଁମାନେ ମୋର ଦୁର୍ଘଟଣା ସମୟରେ ମୋତେ ସାହାଯ୍ୟ କରିଥିଲେ ଏବଂ ମୋତେ ଏମାନେ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚାଇଥିଲେ | ରଜତ କୁମାର ଏବଂ ନିଶୁ କୁମାରଙ୍କୁ ଧନ୍ୟବାଦ ଜଣାଉଛି ।ମୁଁ ତୁମ ଦୁହିଁଙ୍କ ପାଇଁ ସର୍ବଦା କୃତଜ୍ଞ ଏବଂ ତୁମମାନଙ୍କ ନିକଟରେ ଋଣୀ ରହିବି | ଋଷଭ ପନ୍ତ ଟ୍ବିଟ କରି ଆହୁରି ଲେଖିଛନ୍ତି, ‘ମୁଁ ପାଇଥିବା ସମର୍ଥନ ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୋର ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ମୁଁ ଆପଣଙ୍କୁ ଜଣାଇ ବହୁତ ଖୁସି। ସୁସ୍ଥ ହେବାର ଯାତ୍ରା ଆରମ୍ଭ ହୋଇଛି ଏବଂ ମୁଁ ଆଗାମୀ ଆହ୍ବାନ ପାଇଁ ପ୍ରସ୍ତୁତ ଅଛି। ଫ୍ୟାନଙ୍କୁ ଗ୍ରାଉଣ୍ଡରେ ଦେଖିବାକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.