ପୁଣି ଅଲୋଡା ହେଲା ନବଯାତ ଶିଶୁକନ୍ୟା ।

159

ନବଜାତ ଶିଶୁ କନ୍ୟାକୁ କିଏ ଅଲୋଡ଼ାକରି ଦେଉଛି ତ ଆଉ କିଏ କୋଳେଇ ନେଉଛି  ।  କେତେବେଳେ ଡାକ୍ତରଖାନାର  ପଛପଟୁ ତ କେତେବେଳେ ରାସ୍ତାକଡ଼ରୁ ଉଦ୍ଧାର ହେଉଛି ନବଜାତ ଶିଶୁ। ବିଭିନ୍ନ ସମୟରେ ଏଭଳି ଖବର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି। ସେମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗାଁର ଏକ ପୋଖରୀ ହୁଡ଼ାରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ଆଜି ସକାଳେ ଗାଁର କିଛି ମହିଳା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଶିଶୁକନ୍ୟାଟିର କାନ୍ଦ ଶୁଣିଥିଲେ। ଏକ ଟି ଶାର୍ଟ ଘୋଡ଼ାଇ କେହି ଶିଶୁକନ୍ୟାଟିକୁ ପୋଖରୀ ହୁଡ଼ାରେ ଛାଡ଼ି ପଳାଇଥିଲେ।ଶିଶୁକୁ ପାଇଥିବା ମହିଳା 8 ବର୍ଷ ଧରି ବିବାହ କରିଥିବାବେଳେ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିବା ହେତୁ ଶିଶୁକୁ ପାଇ ଅତ୍ୟନ୍ତ ଖୁସି ଥିବା ଦେଖିବାକୁ ମିଳିଛି l ଶିଶୁକୁ ପୋଖରୀ ତୁଠରେ  କିଏ ଓ କାହିଁକି ଏଭଳି ଛାଡିଦେଇ ଗଲେ ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ  ଚର୍ଚ୍ଚା ଯୋର୍ ଧରିଛି ।

Leave A Reply

Your email address will not be published.