ଦେଶରେ ଥିବା ଦୁର ଶତ୍ରୁଙ୍କୁ ନିପାତ କରିବ ଲଢୁଆ JDAM ବିମାନ ତେଜସ୍

181

ଡୁମାଣୀ ଟିଭି ,୩୦/୩ : ଭାରତୀୟ ସେନାର ହାଲୁକା ଲଢ଼ୁଆ ବିମାନ ଏବେ ଆହୁରି ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଖଚିତ ହୋଇଛି । ଭାରତୀୟ ବାୟୁସେନା ଏହି ହାଲୁକା ଲଢ଼ୁଆ ବିମାନକୁ ଆମେରିକାନ ଜଏଣ୍ଟ ଡାଇରେକ୍ଟର ଆଟାକ୍ ମ୍ୟୁନିଶନ(ଜେଡିଏଏମ) କିଟ୍ ଦ୍ୱାରା ଖଚିତ କରାଯାଇଛି । ଏହି ଟେକନିକ୍ ଆସିବା ପରେ ଏଲସିଏମ ଫାଇଟର ଜେଟ ଶତ୍ରୁର ଠିକଣା ଉପରେ ଆହୁରି ଅଧିକ ଦକ୍ଷତାର ସହ ଲକ୍ଷ୍ୟ ଭେଦ କରିପାରିବାରେ ସକ୍ଷମ ହେବ ।

ସୂଚନା ଅନୁଯାୟୀ ଭାରତୀୟ ବାୟୁସେନା ନିକଟରେ ଆମେରିକାନ ଜଏଣ୍ଟ ଡାଇରେକ୍ଟର ଆଟାକ୍ ମ୍ୟୁନିଶନ କିଟକୁ ନେଇ ଚୁକ୍ତି କରିଥିଲା । ଏହି ଟେକ୍ନୋଲୋଜୀ ଆକାଶରୁ ଭୂପୃଷ୍ଠକୁ ୮୦ କିମିରୁ ଅଧିକ ଦୂରରୁ ବି ଲକ୍ଷ୍ୟକୁ ଠିକ୍ ଭାବେ ଟାର୍ଗେଟ କରିପାରିବ ।
ଜେଡିଏଏମ କିଟ୍ ଖଚିତ ହୋଇଥିବା ଏହା ଭାରତୀୟ ବାୟୁସେନାର ପ୍ରଥମ ସ୍ୱଦେଶୀ ତେଜସ ଫାଇଟର ଜେଟ୍ । ଏହା ପୂର୍ବରୁ ଭାରତୀୟ ବାୟୁସେନା ତେଜସ ଫାଇଟର ଜେଟକୁ ଅଧିକ ମଜବୁତ କରିବା ପାଇଁ ଫ୍ରାନ୍ସର ହ୍ୟାମର ଏୟାର ଟୁ ଗ୍ରାଉଣ୍ଡ ଷ୍ଟାଣ୍ଡ ଅଫ୍ ମିସାଇଲ ଦ୍ୱାର ଖଚିତ ହୋଇଥିଲା । ଏହା ଛଡ଼ା ତେଜସ ବିମାନ ଆକାଶରେ ଅନ୍ୟ ମଧ୍ୟ ଟାର୍ଗେଟକୁ କରିପାରେ । ଭାରତୀୟ ବାୟୁସେନା ତେଜସ ବିମାନକୁ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଖଚିତ କରିବାରେ ଜୋର୍ ଦେଉଛି ।

Leave A Reply

Your email address will not be published.