ଦେଶୀ ମଦ ଜବତ, ବେପାରୀ କୋର୍ଟ ଚାଲାଣ

203

କୋରେଇ,୨୪ ସେପ୍ଟେମ୍ବର – ପାଣିକୋଇଲି ପୁଲିସ ଚୋରା ମଦ ବେପାରୀଙ୍କ ଉପରେ ନଜର ରଖିଛି । ଗତ କାଲି ରାତ୍ରୀରେ ପୋଟ୍ରୋଲିଙ୍ଗ ସମୟରେ ସଠିପୁରରେ ସନ୍ଦେହ ଜନକ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଯାଂଚ କରାଯାଇଥିଲା । ଯାଂଚ ସମୟରେ ତା ନିକଟରୁ ଏକ ଜରି ବ୍ୟାଗରେ ୨ଟି ୫ ଲିଟିଆ ପ୍ଲାଷ୍ଟିକ ଜାରରେ ୧୦ ଲିଟର ଦେଶୀ ମଦ ଥିବା ଦେଖିବାକୁ ମିଳିଥିଲା । ତାକୁ ଧରି ଥାନାକୁ ଆଣିବା ପରେ ମଦ ଜବତ ସହ ଏକ ମାମଲା ୨୧୭/୨୨ ରୁଜ୍ଜୁ କରାଯାଇଥିଲା । ପାଣିକୋଇଲି ଥାନା ଅନ୍ତର୍ଗତ ସଠିପୁର ଗ୍ରାମର ବିଦ୍ୟାଧର ମାଝୀଙ୍କ ପୁଅ ଅଜୁ ମାଝୀ (୩୪) ଏହି ଚୋରା ମଦ ବ୍ୟବସାୟ କରୁଥିଲେ । ଗିରଫ ପରେ ଆଜି ଅଜୁକୁ ଦଫା ୫୨(ଏ) ଓଡିଶା ଏକ୍ସସାଇଜ ଆକ୍ଟ ୨୦୦୮ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.