ନବନିଯୁକ୍ତ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

135

ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ): ରାଜଭବନରେରାଜ୍ୟପାଳ ରଘୁବର ଦାସ । ପୁରୀରୁ ଆସି ଭୁବନେଶ୍ୱରରେପହଞ୍ଚିବା ପରେ ରାଜଭବନରେ ନବନିଯୁକ୍ତ ରାଜ୍ୟପାଳଙ୍କୁ
ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାୟିତ୍ୱ ନେବାପୂର୍ବରୁ ଆଜି ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ।ଓଡ଼ିଶାବାସୀଙ୍କ ସେବା ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି
ନବନିଯୁକ୍ତ ରାଜ୍ୟପାଳ । ଗରିବ ଲୋକଙ୍କ ପାଇଁ ରାଜଭବନ ଦ୍ୱାର୨୪ ଘଣ୍ଟା ଖୋଲା ରହିବ ବୋଲି ସେ କହିଛନ୍ତି । ଆସନ୍ତାକାଲିସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜଭବନ ଅଭିଷେକ
ହଲରେ ଶପଥ ଗ୍ରହଣ ଉତ୍ସବ ହେବ । କାଲି ଦିନ ୧୧ ଟା୪୫ରେ ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ଶପଥ ନେବେ ।ହାଇକୋର୍ଟର ମୁଖ୍ୟ ବି·ରପତି ତାଙ୍କୁ ଶପଥ ପାଠ କରାଇବେ ।
ରଘୁବର ଦାସ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡରମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ ।

Leave A Reply

Your email address will not be published.